ଏମ. ଏସ ଏକାଡେମୀରେ ହାଇକୋଟ ମୁଖ୍ୟ ବିଚରା ପତି ଙ୍କ ଚାରା ରୋପଣ

ତିର୍ତୋଲ ବ୍ଲକ ସ୍ଥିତ ପୁରାତନ ବିଦ୍ୟାଳୟ ମଣିଚରଣ ସାରଳା ଏକାଡେମୀ ପରିସର ରେ ଓଡିଶା ହାଇକୋଟ ସାନମାନୀୟ ମୁଖ୍ୟ ବିଚାର ପତି ଶ୍ରୀ ବିରଜା ପ୍ରଶନ ସତପଥୀ ୫୩ତମ ବିଶ୍ୱ ପରି ବେଶ ଦିବସ ଉପଲକ୍ଷ ଯୋଗଦେଇ ବୃକ୍ଷ ରୋପଣ କରି ଥିଲେ, l ମାନ୍ୟବର ବିଚାର ପତି ବିଦ୍ୟାଳୟ ଠାରେ ପହଂଚିବା ପରେ ଗାଡ଼ ଅପ ଅନର ପ୍ରଦାନ କରାଯାଇଥିଲା,ଶ୍ରୀ ଶତପଥି ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟ ର୍ପଣ ଓ ନାରିକେଳ ଭଞ୍ଜନ ପରେ ବିଦ୍ୟାଳୟ ପରିସରରେ ମାନ୍ୟବର ବିଚରା ପତି ବିଭିର୍ଣ୍ଣ ଫଳ ଚାରା ରୋପଣ କରିଥିଲେ,
ଜଗତସିଂହପୁର ବନବିଭାଗ ରେଞ୍ଜର ଶ୍ରୀ ସାମନ୍ତ ରାଏ ଓ ରାହାମା ପରେଷ୍ଟର ସୁକାନ୍ତ କୁମାର ବେହେରା ଓ ବହୁ ବନ କର୍ମଚାରୀ ଉପସ୍ଥିତ ରହିଥିଲେ,ବିଦ୍ୟାଳୟ ତରଫରୁ ମାନ୍ୟବର ମୁଖ୍ୟ ବିଚାର ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ଓ ଏକ ସଭା ଅନୁଷ୍ଠିତ ହେଇଥିଲା ଏହି ସଭାରେ ମୁଖ୍ୟ ବିଚାର ପତିଙ୍କ ସହ ବରିଷ୍ଟ ଅଧିଵକ୍ତା ବାବାଜି ଚରଣ ସାହୁ, ଅଧିଵକ୍ତା ଜଗଦୀପ ପାଲ, ଅଧିଵକ୍ତା ମଳୟ ଭଲବ, ଏମ ଏସ ଏକାଡେମୀ ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ସଭା ଅଳକୃତ କରିଥିଲେ, ଶ୍ରୀ ବିମଳ ମହାପତ୍ର ସଭା ପରିଚାଳନା କରିବା ସହ ପ୍ରଶାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ, ରାମାୟଣୀ ପଣ୍ଡିତ ବୁଲୁନାନା ବେଦପାଠ କରିଥିଲେ l ଏହି କାର୍ଯ୍ୟ କ୍ରମରେ ତିର୍ତୋଲ ପୁଲିସି, ଏସ୍ଡ଼ିପିଓ ଚିନ୍ମୟ ରାଉତ, ତିର୍ତୋଲ ବ୍ଲକ ବିଡ଼ିଓ ଗିରିଜା ସଙ୍କର ମଲିକି, ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିଲେ l
ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )