July 6, 2025
Home » ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ପରଲୋକ

0
WhatsApp Image 2025-06-06 at 1.58.18 PM

ଧର୍ମଗଡ ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା(କୁଟ୍ରୁ) ନୂତନ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁମୁଦିନୀ ନାଏକଙ୍କ ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କଛି ଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସତ ହେଉଥିଲେ। ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ସ୍ୱର୍ଗତ କୈଳାଶ ଚନ୍ଦ୍ର ନାଏକ ଙ୍କ ସେ ବଡ଼ ଝିଅ ଥିଲେ। ତାଙ୍କ ସ୍ଵାମୀ ସୁବାସ ଚନ୍ଦ୍ର ନାଏକ କାଶୀବାହାଲ ଗୁରୁଜୀ ମଧୁସୂଦନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଅଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଆତ୍ମୀୟସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସେ ଜଣେ ଛାତ୍ରବତ୍ସଲ, ମେଲାପି ଓ ପରୋପକାରୀ ଶିକ୍ଷୟତ୍ରୀ ଥିବାରୁ ତାଙ୍କର ବିୟୋଗରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମହଲରେ ଶୋକର ଛାୟା ଖେଳି ଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *