July 6, 2025
Home » କେନ୍ଦୁଝରରେ ବେଧଡ଼କ ଖଣି ଚୋରି ଚାଲିଛି ହେଲେ ମୁଖ୍ୟମନ୍ତ୍ରୀ ନୀରବ

କେନ୍ଦୁଝରରେ ବେଧଡ଼କ ଖଣି ଚୋରି ଚାଲିଛି ହେଲେ ମୁଖ୍ୟମନ୍ତ୍ରୀ ନୀରବ

0
WhatsApp Image 2025-06-05 at 8.22.39 AM

କେନ୍ଦୁଝର: ସ୍ଥାନୀୟ କଂଗ୍ରେସ ଭବନରେ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ ଏକ ପ୍ରେସ ମିଟ କରି କେନ୍ଦୁଝର ଜିଲ୍ଲାରେ କିପରି ଖଣି ଦୁର୍ନୀତି ପ୍ରବଳ ଚାଲିଛି ତାହାର ପରଦାଫାସ କରିଛନ୍ତି। ସେ କହିଛନ୍ତି କି ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ସମସ୍ତ କେନ୍ଦୁଝରବାସୀ ଅତ୍ୟନ୍ତ ଖୁସି ହୋଇଥିଲେ ସେମାନେ ଅନେକ କିଛି ଉନ୍ନତି ଆଶା କରିଥିଲେ। ତେବେ ଜିଲ୍ଲାର ବର୍ତ୍ତମାନ ସମସ୍ୟା ଦେଖି ସମସ୍ତେ ହତାଶ ହେଉଥିବା ସ୍ପଷ୍ଟ ଜାଣିହେଉଛି। ଶ୍ରୀ ନାୟକ କହିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବା ବେଳେ ଅନେକ କିଛି କ୍ଷମତାକୁ ଆସିଲେ କରିବେ କହି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ହେଲେ ଏବେ ସେ ନୀରବ ଅଛନ୍ତି। ଆଶିଷ ଠାକରେ ଓ ମିତ୍ରଭାନୁ ମହାପାତ୍ର ପଦୋନ୍ନତି ପାଇ ସାରିଛନ୍ତି। ସୁନ୍ଦରଗଡ଼ରେ କୋଇଲା ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଖଣି ଦୁର୍ନୀତି ଉପରେ ସବୁ ଜାଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ ରହିଛନ୍ତି। ବରଂ ସେ ବିଜେଡି ସରକାର ବେଳର ଅନେକ ଦୁର୍ନୀତିଖୋରଙ୍କୁ ବେପାର ଲାଗି ସୁଯୋଗ ଦେଇଚାଲିଛନ୍ତି ଆଜି ଅଣ ଓଡ଼ିଆ ରାଜେଶ ଜୟସ୍ୱାଲ ଖଣି ଅଂଚଳରେ ନିଜ ସାମ୍ରାଜ୍ୟ ଏକଚାଟିଆ ବଢ଼ାଇ ଚାଲିଛି। ଅପରାଧୀ ବିଜେପି ଦଳ ନେତାଙ୍କ ସଂସ୍ପର୍ଶରେ ଆସି ସ୍ଵଚ୍ଛ ହେଉଥିବା ଆରୋପ ଆସୁଛି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ଏପରି କର୍ମ କେନ୍ଦୁଝରବାସୀଙ୍କୁ ନ୍ୟୁନ କରୁଛି। ଏଥି ସହ ଏବେ ଟ୍ରକ ମାଲିକ ଯୁବକ ମାନେ ଜିଲ୍ଲାରେ ହତାଶ ହେଉଛନ୍ତି। ରେଳବାଇ ଓ ସ୍ଲରୀ ପାଇପ ଯୋଗେ ଲୁହାପଥର ପରିବହନ ଲାଗି ଏବେ ଟ୍ରକ ମାଲିକଙ୍କ ଜୀବନ ଜୀବିକା ବିପନ୍ନ ଏ ବାବଦରେ ମୁଖ୍ୟମନ୍ତ୍ରୀ ମୌନ ଅଛନ୍ତି। ଏହିପରି ଯାବତୀୟ ଜିଲ୍ଲା ସମସ୍ୟା ବର୍ତ୍ତମାନ ଯାଏ କିଛି ସମାଧାନ ହୋଇନି। ତେବେ ଏହି ଅବସରରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଲା କି କେନ୍ଦୁଝର ରାଜ୍ୟ ଖଣି ନିଗମର ଗନ୍ଧମାର୍ଦ୍ଦନ ଖଣିରୁ ବେଆଇନ ଭାବେ ଲୁହା ପଥର ରାଜ୍ୟ ବାହାରକୁ ପରିବହନ ହେଉଛି। ଶ୍ରୀୟା ଲଜିଷ୍ଟିକ ପରିବହନ କମ୍ପାନୀ ଏହି ଲୁହାପଥର ପଶ୍ଚିମବଙ୍ଗର ଦାନ୍ତିଆ ସ୍ଥିତ ଡିଡି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ପରିବହନ କରିବାକୁ ଅନୁମତି ପାଇଥିଲା। ହେଲେ ଏବେ ଦେଖିବାକୁ ମିଳିଲା କି ଏହି ଆଇରନ ଓର ଦାନ୍ତିଆ ପ୍ଲାଣ୍ଟରେ ନ ଢଳା ଯାଇ ସେଠାରୁ ୭୦ କି.ମି. ଦୂର ପୁରୁଲିଆ ମେଟାଲ କାଷ୍ଟିଙ୍ଗ ପ୍ଲାଣ୍ଟରେ ବେଆଇନ ଭାବରେ ଢଳା ଯାଇଛି। ଦାନ୍ତିଆ ପାଣ୍ଟ ବନ୍ଦ ଅଛି କହି ଏପରି ଆଇନ ବିରୁଦ୍ଧ କାର୍ଯ୍ୟ ହୋଇଛି ଏଥିରେ ବିଜେପି ଦଳର ବରିଷ୍ଠ ନେତା ସାମିଲ ଥିବାର ଆରୋପ ଆଜି ସୁବର୍ଣ୍ଣ ନାୟକ କରିଛନ୍ତି। ବାହାର ରାଜ୍ୟକୁ କିପରି ବେଆଇନ ଭାବେ ଲୁହା ପଥର ଚାଲାଣ ଚାଲୁଛି ଯାହା ଚୋରାରେ ଶତ୍ରୁ ଦେଶ ଚାଇନା ଯାଉଛି ବୋଲି ସେ ଆରୋପ କରି ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏବର ସରକାର ବିଜେଡିର ଦାଗି ମାଫିଆ ମାନଙ୍କୁ ନେଇ ଚାଲିଛି ଯାହାକୁ ବରଦାସ୍ତ କରାଯିବନି କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ସେ ସ୍ପଷ୍ଟ କରିଛନ୍ତି। ଆଜି ଏହି ପ୍ରେସ ମିଟ ଅବସରରେ ସୁବର୍ଣ୍ଣ ନାୟକ ନୂତନ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ହୋଇଥିବାରୁ ସଦର କଂଗ୍ରେସ ସଭାପତି ଉତ୍ତମ ସାହୁ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ପ୍ରେସ ମିଟରେ ବରିଷ୍ଠ କଂଗ୍ରେସ ନେତା ରତ୍ନାକର ଜେନା,ଉତ୍ତମ ସାହୁ, ସୁଢଳ କୁମାର ସେଠୀ, ସୁରଜିତ ଦାସ,ଐତିହ୍ୟ ଦିବ୍ୟ ସିଂହ, ପୂର୍ଣ୍ଣ ଦାସ ଉପସ୍ଥିତ ଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *