ବାଳିକା ଉଚ୍ଚ ବିଦ୍ୟାଳୟ କୁ ସରକାରୀ କରିବାକୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

ସୁବର୍ଣ୍ଣପୁର– ବିଗତ ୧୯୯୨ମସିହା ରୁ ରାଜ୍ୟ ର ଯୋଗ୍ୟ ବିବେଚିତ ବହୁ ପୁରାତନ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଥିବା ମୁଖ୍ୟମନ୍ତ୍ରୀ ଙ୍କୁ ସଂଗଠନ ଦାବିପତ୍ର ପ୍ରଦାନ କରିଛି l ରାଜ୍ୟ ରେ ନାରୀ ଶିକ୍ଷା ର ଉନ୍ନତି ଓ ନାରୀ ସଶକ୍ତି କରଣ ର କଥା କହୁଥିବା ସରକାର ପାଇଁ ଏହା ଏକ ଆହ୍ୱାନ। ନାରୀ ଶିକ୍ଷା ର ବିକାଶ ପାଇଁ ୧୯୮୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ପ୍ରତିଷ୍ଠା କରାଯାଇଥିଲା ୧୧୦ ବାଳିକା ବିଦ୍ୟାଳୟ l ଯେଉଁ ବିଦ୍ୟାଳୟ ଗୁଡିକ କି ୧୯୯୨ ମସିହା ରୁ ପୂର୍ଣ୍ଣ ଅନୁଦାନ ପାଇବା ପାଇଁ ଯୋଗ୍ୟ କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛନ୍ତି l ଏ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଜୁନିଅର ଟିଚର୍ ଠାରୁ ମଧ୍ୟ କମ ବେତନ ପାଉଛନ୍ତି । ଆହୁରି ଦୁଃଖ ଓ ପରିତାପ ର ବିଷୟ ଯେ ଏହି କର୍ମଚାରୀ ମାନେ ୩୩ ବର୍ଷ କାଳ କାର୍ଯ୍ୟ କରି ଅବସର ନେଲାପରେ ଟଙ୍କାଟିଏ ମଧ୍ୟ ପାଉଣା ପାଉନାହାନ୍ତି l ଯା ଫଳରେ କି ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଏ ମାନେ ପ୍ରତାରଣା ର ଶିକାର ହେଉଛନ୍ତି । ସେଥିପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଗତ ୭ ତାରିଖ ସୁବର୍ଣ୍ଣପୁର ଗସ୍ତ ସମୟରେ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ର ଆବାହକ କେଶବ ପୂଜାହାରୀ, ସୁନିଲ କୁମାର ହୋତା ଓ ସଂଗଠନ ର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି ରେ ଏକ ଦାବିପତ୍ର ମୂଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛନ୍ତି ଏବଂ ୧୧୦ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀ ରୁ ବଞ୍ଚିତ ହୋଇଥିବା ୮୦ ବାଳିକା ବିଦ୍ୟାଳୟ କୁ ତୁରନ୍ତ ସରକାରୀ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସରକାରଙ୍କ ପାଖରେ ଦାଵୀ ଉପସ୍ଥାପନ କରିଛନ୍ତି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର