July 5, 2025
Home » ରାମନାଗୁଡ଼ା ବ୍ଲକ୍ କଳାକାର ସମ୍ମିଳନୀ ଅନୁଷ୍ଠିତ

ରାମନାଗୁଡ଼ା ବ୍ଲକ୍ କଳାକାର ସମ୍ମିଳନୀ ଅନୁଷ୍ଠିତ

0
WhatsApp Image 2025-06-08 at 8.17.34 PM

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପାଲୁପାଇ ଗ୍ରାମ ଗୋଷ୍ଟୀ ଗୃହ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଆଞ୍ଚଳିକ ଭାଷା ଲୋକକଳା ସଂସ୍କୃତି ର ପ୍ରଚାର ପ୍ରସାର ପୁନରୁଦ୍ଧାର ଏବଂ କଳାକାର ଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା


ଏହା ସହ ସର୍ବସମ୍ମତି କ୍ରମେ ଏକ କମିଟି ର ଚୟନ ହୋଇଥିଲା ଏଥିରେ ରାମନାଗୁଡ଼ା ବ୍ଲକ୍ ସଭାପତି ଭାବେ କୃଷ୍ଣ ଚନ୍ଦ୍ର ଶବର ଏବଂ ସମ୍ପାଦକ ଭାବେ ଧର୍ମାରାଓ ମୁଟିକା ଙ୍କୁ ଚୟନ କରାଗଲା ପରେ ପ୍ରତି ପଞ୍ଚାୟତ ପାଇଁ ସଭାପତି ଓ ସମ୍ପାଦକ ଚୟନ ହୋଇଥିଲା । ରାୟଗଡା ଜିଲ୍ଲା କଳାକାର ମହସଂଘ ମାଧ୍ୟମରେ ପ୍ରତି ବର୍ଷ ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ପାଳନ କରାଯିବ ବୋଲି ନିର୍ଣ୍ଣୟ ହୋଇଥିଲା। ଏଥିରେ ଜଣାଶୁଣା କଳାକାର ତଥା ସଙ୍ଘ ଜିଲ୍ଲା ସଭାପତି ସୁପ୍ରିତ୍ ସନ୍ତୋଷ ବଛା ଓ ରାମନାଗୁଡ଼ା ବ୍ଲକ୍ ର ଲୋକକଳା କଳାକାର ତଥା କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *