ରେଡ଼ିଓ ବସୁଧାର ଦ୍ବିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ଶିକ୍ଷା , ସ୍ୱାସ୍ଥ୍ୟ ,କୃଷି ବିକାଶ ଓ ସମାଜ ସଚେତନତା ରେ ରେଡ଼ିଓ ବସୁଧା ଭୂମିକା ଗୁରୁତ୍ୱପୂର୍ଣ ।
Date-୮/୬/୨୫Anchor- ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବ ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ବସୁଧାର ଦ୍ବିତୀୟ ସ୍ଵନକ୍ଷତ୍ର ଉତ୍ସବ ଜୁନ ୮ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କାମାକ୍ଷାନଗର ଜିରିଡାମାଳିରେ ଅବସ୍ଥିତ ରେଡ଼ିଓ ବସୁଧା ଷ୍ଟୁଡିଓ ପରିସରରେ ସ୍ବେଛାସେବୀ ଅନୁଷ୍ଠାନ ଇଡିଅଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଉତ୍ସବ ପାଳନ କରିଥିଲେ । ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରେମାନନ୍ଦ ଧଳ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଅନୁଷ୍ଠାନ ମୂଖ୍ୟ ଶିଶିର ଶତପଥୀ ବସୁଧା ର ବିଭିନ୍ନ କାର୍ଯ୍ୟକ୍ରମ ରେ ଶିକ୍ଷା , ସ୍ୱାସ୍ଥ୍ୟ ,କୃଷି ବିକାଶ ଓ ସମାଜ ସଚେତନତା ରେ ରେଡ଼ିଓ ବସୁଧା ଭୂମିକା ଗୁରୁତ୍ୱପୂର୍ଣ ଗ୍ରହଣ କରି ଆସିଥିବା କହିଥିଲେ। ବର୍ତମାନ ଏଫ ଏମ 90.0 ମେଗାହର୍ଜ ଯୋଗେ ପ୍ରସାରିତ ରେଡ଼ିଓ ବସୁଧା ର କାର୍ଯ୍ୟକ୍ରମ ସକାଳ 7 ଟା ରୁ 9 ଟା , ଅପରାହ୍ନ 2 ଟା ରୁ 4 ଟା ଏବଂ ସନ୍ଧ୍ୟା 7 ଟା ରୁ 9 ଟା ପ୍ରସାରିତ ହେଉଛି I ଖୁବ ଶୀଘ୍ର ଏହାକୁ ଦିନ ସାରା ପ୍ରସାରଣ କରିବାକୁ ଯୋଜନା ରହିଥିବା ଶ୍ରୀ ଶତପଥୀ ସୂଚନା ଦେଇ ଥିଲେ I ଏହି ଅବସରରେ ସମସ୍ତେ ପରସ୍ପରକୁ ପାରମ୍ପରିକ ମିଷ୍ଠାନ୍ନ ଛେନାପୋଡ ଖୁଆଇ ଉତ୍ସବ ମନାଇଥିଲେ । ପରେ ବସୁଧାର ଆଗାମୀ କାର୍ଯ୍ଯକାରିତା ଓ ବିକାଶ ଦିଗରେ ଏକ ସାମୂହିକ ଆଲୋଚନା ଚକ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ରେକର୍ଡିଂ କରାଯାଇଥିଲା। ଅନୁଷ୍ଠାନ ର ନିର୍ଦେଶକ ଶିଶିର ଶତପଥୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବ ରେ ଅନୁଷ୍ଠାନ ର ସମ୍ପାଦକ ସରୋଜ କୁମାର ଶତପଥୀ, କର୍ମକର୍ତ୍ତା ବାଦଲ ମହାନ୍ତି,ଶିଶିର ପାଣି, ସୁଶାନ୍ତ କୁମାର ପତି,ପ୍ରତିମା ବେହେରା, ପ୍ରେମାନନ୍ଦ ଧଳ,ପ୍ରତିକ୍ଷା ପ୍ରିୟଦର୍ଶିନୀ,ଦୀପକ କୁମାର ମିଶ୍ର, ରଞ୍ଜନ କୁମାର ସାହୁ,ପ୍ରଦୀପ କୁମାର ବେହେରା ଓ ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ 2023 ଜୁନ 8 ତାରିଖ ରେ ଜିରୀଡମାଳି ଠାରେ କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସର୍ବ ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ବସୁଧା କୁ ଲୋକାର୍ପିତ କରିଥିଲେ I
kamkhyanagar epa ru rajkishor rout nka report epa news