July 28, 2025
Home » ରଥଯାତ୍ରା ହେବ ନା ନାହିଁ ପ୍ରସ୍ତୁତି ମିଟିଂ ନୋହିଲା ଭକ୍ତ ମହଲରେ ଅସନ୍ତୋଷ

ରଥଯାତ୍ରା ହେବ ନା ନାହିଁ ପ୍ରସ୍ତୁତି ମିଟିଂ ନୋହିଲା ଭକ୍ତ ମହଲରେ ଅସନ୍ତୋଷ

0
WhatsApp Image 2025-06-11 at 1.46.23 PM

ବନ୍ଦ ହୋଇଯିବ କି ଚଳିତ ବର୍ଷର ସୋନପୁର ରଥଯାତ୍ରା

ସୁବର୍ଣ୍ଣପୁର: ( ଉଗ୍ରସେନ କର୍ମୀ ) ଆବାହମାନ କାଳ ରାଜା ରାଜୁଡ଼ି ସମୟରୁ ସୁବର୍ଣ୍ଣପୁର ସହରରେ ପବିତ୍ର ଘୋଷଯାତ୍ରା ଧୁମଧାମ ରେ ପାଳନ ହୋଇ ଆସୁଥିଲା। କାଳକ୍ରମେ ପ୍ରଶାସନର ଉଦାସୀନତା ହେତୁ ଏହା ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଏଥର ସ୍ଥିତି ଅଲଗା l ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ ଏ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଏ ଯାଏ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପ୍ରସ୍ତୁତି ମିଟିଂ ଟିଏ ମଧ୍ଯ କରି ନ ଥିବା ଅଭିଯୋଗ କରିଛନ୍ତି ସେବାୟତ ଏବଂ ରଥଯାତ୍ରା କମିଟି ସଦସ୍ୟ। ଆଜି ଦେବସ୍ନାନ ନୀତି ବେଳେ ଏହା ଜଣାପଡିବା ପରେ ଭକ୍ତ ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ବୁଦ୍ଧିଜିବୀ ପ୍ରଶାସନ ର ଏତାଦୃଶ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ଭକ୍ତ ଙ୍କ ଭାବାବେଗ ସହ ପ୍ରଶାସନ ଖେଳ ନ ଖେଳୁ ବୋଲି ଚେତାବନୀ ଦେଇଛନ୍ତି ଏବଂ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତୁରନ୍ତ ରଥଯାତ୍ରା ପ୍ରସ୍ତୁତି ମିଟିଂ ସ୍ଥିର କରିବା ପାଇଁ ଦାବୀ କରିଛନ୍ତି। ଜଗନ୍ନାଥ ଙ୍କ ସେବାୟତ କହିଛନ୍ତି ଯେ ରଥ ପ୍ରସ୍ତୁତି ମିଟିଂ ପାଇଁ ସେ ଦୀର୍ଘ ମାସେ ପୂର୍ବରୁ ଦେବୋତ୍ତର ଅଧିକାରୀ ଙ୍କୁ ଭେଟି ଜଣେଇ ଆସୁଛନ୍ତି ତଥାପି ଚିର ନିଦ୍ରାରେ ପ୍ରଶାସନ। ଯଦି ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ରଥ ଯାତ୍ରା ରେ କିଛି ବିଭ୍ରାଟ ସୃଷ୍ଟି ହୁଏ ତାହେଲେ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥି ପାଇଁ ଦାୟୀ ରହିବେ ବୋଲି କହିଛନ୍ତି ସେବାୟତ ସଂଘ ଓ କମିଟି ସଦସ୍ୟ। କାରଣ ଏ ଯାଏ ରଥ ଖଳା କୁ କାଠ ଆସି ନାହିଁ କି ରଥ ତିଆରି ଆରମ୍ଭ ହୋଇନାହିଁ। ସେପଟେ କମିଟି ସଦସ୍ୟଙ୍କ ଠାରୁ ପ୍ରକାଶ ଯେ ରଥ ତିଆରି ବେଳେ କିଛି ନୂଆ କାଠ ମଧ୍ୟ ଲାଗିଥାଏ କିନ୍ତୁ ତାହା ଏ ପର୍ଯ୍ୟନ୍ତ ଯୋଗାଡ ହୋଇନାହିଁ। ତେଣୁ ଏଥର ରଥଯାତ୍ରା ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି ର କିଛି ସଦସ୍ୟ କହିଛନ୍ତି ଯେ ଯଦି ରଥ ନ ହୁଏ ତାହେଲେ ଜଗନ୍ନାଥ ମନ୍ଦିର ରେ ହିଁ ସମ୍ମୁଖ ମଣ୍ଡପରେ ଠାକୁର ଙ୍କୁ ରଖାଯାଇ ବେଶ ଅନୁଷ୍ଠିତ କରାଯିବ। ସେପଟେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ, ବଳଭଦ୍ର ଓ ଭଉଣୀ ଶୁଭଦ୍ରା ଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *