ଲାଞ୍ଜିପଲ୍ଲୀ ଫାଣ୍ଡି ଛକ ଠାରେ ପଞ୍ଚମୁଖି ହନୁମାନ ମୂର୍ତ୍ତି ବିସର୍ଜନ

ବ୍ରହ୍ମପୁର, ଲାଞ୍ଜିପଲ୍ଲୀ ର ମା ଧିଷ୍ଠାତ୍ରୀ ଦେବୀ ମା ତାରା ଦେବୀଙ୍କ ଦୁଇ ବାର୍ଷିକ ଯାତ୍ରା ୨୧ ଦିନ ଧରି ଚାଲିଥିଲା ବେଳେ ବିଭିନ୍ନ ସାହିରେ କଳାକୁଞ୍ଜ,ରଥ,ଅନୁଷ୍ଠିତ ହୋଇଥିଲା। ଲାଞ୍ଜିପଲ୍ଲୀ ମେଇନ ରୋଡ ସ୍ଥିତ ଫାଣ୍ଡି ଛକ ଠାରେ ପଞ୍ଚମୁଖୀ ହନୁମାନ ମୂର୍ତ୍ତି ମା ତାରା ଦେବୀଙ୍କ ଯାତ୍ରା ଉପଲକ୍ଷେ ଉନ୍ମୋଚନ ହୋଇଥିଲା।ଆଜି ସନ୍ଧ୍ୟା ସମୟରେ ସେହି ବିଗ୍ରହ କୁ ବିରାଟ ପଟୁଆରରେ ଢ଼ୋଲ୍,ଘଣ୍ଟ, ହୁଲ ହୁଲି ,ଏବଂ ବିଭିନ୍ନ ବାଦ୍ୟ ବାଜନା ରେ ପଞ୍ଚ ମୁଖି ହନୁମାନ ମୂର୍ତ୍ତି କୁ ବିଭିନ୍ନ ସାହି ପରିକ୍ରମା କରି ବିସର୍ଜନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା ଫାଉଣ୍ଡେସନ ଟ୍ରଷ୍ଟ ର ଓନର୍ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପାଢ଼ୀ, ଶ୍ରୀଯୁକ୍ତ ଜଗନ୍ନାଥ ସାବତ,୩୮ ୱାର୍ଡ ର କର୍ପୋରେଟର ଶ୍ରୀମତୀ ସ୍ୱର୍ଣ୍ଣଲତା ସାବତ,ଶ୍ରୀଯୁକ୍ତ ଦୁର୍ଗା ମାଧବ ସାବତ, ଉପଦେଷ୍ଟା କେ ପୋଲା ରାଓ, ସଂପାଦକ ନୀଳ ମାଧବ ନେପାକ, ଅଲେଖ ପାଣିଗ୍ରାହି, ବାବୁନା ମହାରଣା, ପି ଚେଙ୍ଗଲ ରାଓ, ଏସ କ୍ରିଷ୍ଣା ରାଓ, ଲୁଳା ପାଣିଗ୍ରାହି, ରବୀନ୍ଦ୍ର କୁମାର ପାଢୀ, ପ୍ରଶାନ୍ତ କୁମାର ସାହୁ, କୁଭାର ଗୋପୀ, ଆନନ୍ଦ ରାଓ, ଲକ୍ଷୀ ବେହେରା, ଏସ ତେଜସ୍ୱର୍ ରାଓ ଙ୍କ ସମସ୍ତ ଯାତ୍ରା କମିଟି ସଦସ୍ୟ ଏବଂ ଲାଞ୍ଜିପଲ୍ଲୀ ଅଞ୍ଚଳବାସୀ ସହଯୋଗ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )