ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ତରଫରୁ ଚକ୍ଷୁ ଦାନ ପକ୍ଷ ପାଳନ
ବ୍ରହ୍ମପୁର ତା ୨୭.୦୮.୨୦୨୪ ରିଖରେ ବ୍ରହ୍ମପୁର ସହରର ପୁରାତନ ତଥା ସ୍ୱାସ୍ଥ୍ୟ ,ଶିକ୍ଷା , ପରିବେଶରେ କାର୍ଯ୍ୟରତ ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ ହେଲପିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଜାତୀୟ ଚକ୍ଷୁ ଦାନ ପକ୍ଷ ୨୫.୦୮.୨୪ ଠାରୁ ୦୮.୦୯.୨୪ ପାଳନ କରାଯାଉଛି। ପକ୍ଷର ପ୍ରଥମ ଦିନ ୨୫.୦୮.୨୪ ତାରିଖରେ କ୍ଳବସଦସ୍ୟଙ୍କ ଦ୍ୱାରା ଆସ୍କାନିବାସୀ ପ୍ରମିଳା ସେନାପତିଙ୍କ ମୃତ୍ୟୁପରେ ଏମ.କେ.ସି.ଜି. ମେଡିକାଲର ଚକ୍ଷୁବିଭାଗକୁ ଚକ୍ଷୁଦାନ କରାଯାଇଥିଲା। ଚକ୍ଷୁ ଦାନ ପାଇଁ ବହୁଳ ଭାବେ ସାମାଜିକ ସଚେତନତା ପାଇଁ ପ୍ରଚାର ପତ୍ର ଉନ୍ମୋଚିତ ହୋଇଥିଲା। ସେହିପରି ଚକ୍ଷୁଦାନ ପାଇଁ ସ୍ବୀକୃତିପତ୍ର (pledge form) ମଧ୍ୟ ଉନ୍ମୋଚିତ କରାଯାଇଛି।
ପ୍ରଥମ ଦିନ ଚକ୍ଷୁବିଭାଗ ଦ୍ୱାରା ଆୟୋଜିତ ରାଲିରେ ରେ କ୍ଳବର ବହୁ ସଦସ୍ୟ ଯୋଗଦେଇଥିଲେ। ପକ୍ଷ ପାଳନର ଦ୍ଵିତୀୟ ଦିନରେ ରାମଲିଙ୍ଗେଶ୍ୱର ପାର୍କଠାରେ ପଥପ୍ରାନ୍ତ ସଭା ଓ ପଦଯାତ୍ରା କରାଯାଇ ଚକ୍ଷୁଦାନ ସମ୍ପର୍କରେ ସଚେତନତା କରାଯାଇଥିଲା ।ସେହିପରି ତୃତୀୟ ଦିବସ ତା୨୭.୦୮.୨୪ରିଖରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବପରିସରରୁ ଏସ.ଏନ.ଟି. ରୋଡ ଅର୍ବନ ବେଙ୍କ ରୋଡ ,ଅନ୍ନପୂର୍ଣ୍ଣା ବଜ଼ର ଦେଇ ପଦଯାତ୍ରା କରାଯାଇଥିଲା ଓ ଗିରିଜା ଛକ , ଅନ୍ନପୂର୍ଣ୍ଣା ବଜାର ଛକ ,ପାର୍କସାହି ଛକ ଠାରେ ପଥପ୍ରାନ୍ତ ସଭା କରାଯାଇ ସଚେତନତା ସୃଷ୍ଟିକରାଯାଇଛି। ଅନ୍ଧତ୍ୱ ନିରାକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( cornea)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ।ଏହା । ମୃତ୍ୟୁପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ।
ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଏ ବୋଲି ପ୍ରତ୍ୟେକ ପଥପ୍ରାନ୍ତ ସଭାରେ କୁହାଯାଉଛି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷ ବି.ଲଷ୍ମୀନାରାୟଣ ପାତ୍ର, ସଭାପତି ଏମ.ବିଦ୍ୟାସଗାର, ସମ୍ପାଦକ ସତ୍ୟକାମ୍ ପାତ୍ର, କୋଷଧକ୍ଷ ପି.କିରଣ କୁମାର, ପୂର୍ବତନ ସଭାପତି ଇ.ଟି.ରାଓ, ପ୍ରଶାନ୍ତ କୁମାର ପାତ୍ର, ଜମୁଲା ସୁରେଶ, V.V.ରାଜୁ, କେ.ପୁରୁଷୋତ୍ତମ ସୁବୁଦ୍ଧି, କେ.ନନ୍ଦେଷୁ ସେନାପତି, ଇ.ଡି.ପାତ୍ର, Ch.ପ୍ରସାଦ ରାଓ, ଇ.ଜଗଦୀଶ୍ୱର ରାଓ, ଜଗଦୀଶ ବୋଷ,ଶ୍ରୀକାନ୍ତ ସେନାପତି, ଡ଼ା.ଶେଷକର ରାଓ ଓ ବହୁ ସଭ୍ୟା ,ସଭ୍ୟ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ୦୮.୦୯.୨୪ ତାରିଖ ଯାଏ ବ୍ରହ୍ମପୁର ସହରର ବିଭିନ୍ନ ସାହି, ଛକ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରେ କରିବାପାଇଁ ସ୍ଥିର କରାଯାଇଥିବା ଜମ୍ମୁଲା ସୁରେଶ ଜଣାଇଛନ୍ତି।