ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ତଥା ଦେଓଗଡ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନିକିଆ ଗସ୍ତ
ମାନ୍ୟବର ଶ୍ରୀଯୁକ୍ତ ସୁରେଶ ପୂଜାରୀ ରାଜସ୍ବ ବିପର୍ଯୟ ପ୍ରସମନ ମନ୍ତ୍ରୀ, ଓଡିଶା ସରକାର ଦିନିକିଆ ଦେବଗଡ ଆସି ସର୍କିଟହାଉସ ଠାରେ ଭାଜପା ଜିଲ୍ଲା ସଭାପତି ତଥା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ l ଦେବଗଡ଼ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଓଡିଶା ଭିଜନ 2036 -2047 ରେ ବିକଶିତ ଦେବଗଡ ଏବଂ ବିକଶିତ ଓଡିଶା ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଦେବଗଡ଼ ଜିଲ୍ଲାର ସାଧାରଣ ଜନତା, ମାଆ ମାଉସି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ରାଜନେତା ଙ୍କ ସମ୍ବୋଧନ କରି କେନ୍ଦ୍ର ସରକାର ଙ୍କ ଏଗାର ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପରେ ଆଲୋକପାତ ପୂର୍ବକ ଦେବଗଡ ସହିତ ନିଜସ୍ୱ ମଧୁର ସ୍ୱଚ୍ଛ ଓ ସମ୍ପର୍କକୁ ବଖାଣି ଥିଲେ l

ଦେବଗଡ଼ର ବିକାଶ ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବ ଓ ମୋର ଆତ୍ମ ତୃପ୍ତି ହୋଇପାରିବ ବୋଲି ମନ୍ତବ୍ୟ ଦ୍ୱାରା ସମସ୍ତ ଆନନ୍ଦିତ ଓ ଗର୍ବିତ ହୋଇଥିଲେ l ତତ୍ପରେ ମାନ୍ୟବର ମନ୍ତ୍ରୀ ବଡ଼ବଗିଚା କାର୍ଯ୍ୟକ୍ରମ ରେ ଦେବଗଡ ର ପ୍ରଭାରୀ ତଥା ଦେବଗଡ କୁ ବାରମ୍ବାର ଗସ୍ତର ସୌଭାଗ୍ୟ ନିଜକୁ ନିଜେ ମନେ କରିଥିଲେ l ଯାହାକି ମାନ୍ୟବର ଙ୍କ ବିଶାଳ ହୃଦୟର ପ୍ରମାଣ ଦେବଗଡ଼ ବାସୀଙ୍କୁ ଦେଇଥିଲେ l

ପରେ ସାମ୍ବାଦିକ ସମ୍ମିଳନୀ ରେ ବିଭିନଂ ପ୍ରସଙ୍ଗ ଯଥା ହାଇଟେକ, ଜମି ଜମାର ସଠିକ ପରିଚାଳନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଲ ସାଧାରଣ ଜନତା ଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ ପୂର୍ବକ ସେମାନଙ୍କୁ ସମୀକ୍ଷା ସମାଧାନ ପାଇଁ ଦୃଦମାତ ପ୍ରଚଳିତ କରିଥିଲେ l ଦିନଥିଲା ଜିଲ୍ଲାର ସାଧାରଣ ଜନତା ମନ୍ତ୍ରୀ ମାନଙ୍କ ଦର୍ଶନ ପାଉ ନ ଥିବା ବେଳେ ଏବେ ଲୋକପ୍ରିୟ ସରକାର ଙ୍କ ଦ୍ୱାର ମୁଁହରେ ପ୍ରଶାସନ ନୀତି ଯୋଗୀ ସର୍ବପରି ଶ୍ରୀମାନ ପୂଜାରୀଙ୍କ ଦେବଗଡ଼ ପ୍ରୀତି ଯୋଗୁଁ ଦେବଗଡ଼ ଜିଲ୍ଲାରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହେଉଅଛି l
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।
