ଏକଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ

ଆଗାମୀ ରଥଯାତ୍ରା କୁ ଆଖି ଆଗରେ ରଖି ପୁରୀ ଜିଲ୍ଲା ରେଡକ୍ରସ୍ ର ୧୦୦ ଜଣ ସ୍ୱେଚ୍ଛାସେବୀ ଙ୍କୁ ନେଇ ଏକଦିବସୀୟ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ଜିଲ୍ଲା ପ୍ରଶାସନ ର ଜରୁରୀକାଳୀନ ବିଭାଗ ର ଆସିଷ୍ଟାଣ୍ଟ କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ର ସମ୍ପାଦକ ଶ୍ରୀଯୁକ୍ତ ପଞ୍ଚାନନ ପରିଜା ଙ୍କ ଦ୍ଵାରା ରେଡକ୍ରସ୍ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କୁ ଫଟୋ ରେ ମାଲ୍ୟାର୍ପଣ କରାଯାଇ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ କରାଯାଇଥିଲା।
ରାଜ୍ୟ ଶାଖାର ପ୍ରଶିକ୍ଷଣ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ ସ୍ୱାଇଁ ଓ ପ୍ରଶିକ୍ଷକ ଶ୍ରୀ କୁବେର ଚନ୍ଦ୍ର ପାତ୍ର ସ୍ୱେଚ୍ଛାସେବୀ ଙ୍କୁ ପ୍ରାଥମିକ ଚିକିତ୍ସା, ଉଦ୍ଧାର କାର୍ଯ୍ୟ, ଜୀବନ ରକ୍ଷା, କ୍ଷତ ଵ୍ୟାଣ୍ଡେଜ୍, ହୃଦ୍ ଘାତ ରୁ ରକ୍ଷା କୌଶଳ, ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କୌଶଳ, ପୋଡିଯାଉଥିବା ଲୋକଙ୍କୁ ଆଶୁଚିକତ୍ସା ସମ୍ବନ୍ଧ ରେ ଦିନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ଜିଲ୍ଲା ରେଡକ୍ରସ ର ଯୁଗ୍ମ ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ଙ୍କ ପରିଚାଳନାରେ ଶୃଙ୍ଖଳିତ ଭାବେ ସମସ୍ତ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ରେଡକ୍ରସ୍ ଆଜୀବନ ସଦସ୍ୟ ନୀଳାଚଳ ଦାସ, ଦୀପକ ପାତ୍ର, ମନୋରଞ୍ଜନ ଜେନା, ଉଜ୍ଜ୍ୱଳ ବିଶ୍ୱାସ, ପ୍ରଦୀପ୍ତ କୁମାର ପ୍ରଧାନ, ନାରଣ ଦାସ ଓ ସଦସ୍ୟା ସବିତା ମିଶ୍ର ଓ ଜୟନ୍ତୀ ମହାପାତ୍ର ଏହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ