ଡ୍ରାଇଭର ମୋବାଇଲରେ କଥାବାର୍ତ୍ତା ହେବା ରୁ ବସ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁ ମୁରମୁରୀ ପୋଲ ଠାରେ ଆଜି ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୨୦ ରୁ ଉ ର୍ଦ୍ଧ୍ୱ ଯାତ୍ରୀ ବସରେ ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନା ଅନୁସାରେ ଶୁଭଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ ବରଗଡ଼ରୁ ଭାୟା ବିନିକା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଅରିଗାଁ ମୁରମୁରୀ ପୋଲ ଠାରେ ଭାରସାମ୍ୟ ହରାଇ ପୋଲର ବାଡା କୁ ଧକ୍କା ଦେବାସହ ଏକ ସୁଚନା ଫଳକ କୁ ଧକ୍କା ଦେଇଥିଲା l ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଡ୍ରାଇଭର ବସ ଚଳାଉଥିବା ବେଳେ ମୋବାଇଲରେ କଥାବାର୍ତ୍ତା ହେଉଥିଲେ । ଯାହା ଫଳରେ ବସ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ