July 1, 2025
Home » ବିଏମ୍ ସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ ଜାରି

ବିଏମ୍ ସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢାଉ ଜାରି

0
WhatsApp Image 2025-06-19 at 6.05.04 PM

ଭୁବନେଶ୍ୱର :ସହର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ରୋଗ ବ୍ୟାପୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢଉ ଜାରି ରହିଛି । ବିଭିନ୍ନ ସ୍ଥାନରେ ଚଢଉ କରାଯାଇ 57 ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ପ୍ରାୟ 25 କେଜି ଖାଦ୍ୟ ନଷ୍ଟ କରିଛି । ସେହି ପରି 6ଟି ସ୍ଥାନରୁ ପାନୀୟ ଜଳ ନମୂନା ଏବଂ 8ଟି ହୋଟେଲରୁ ଖାଦ୍ୟ ନମୂନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । ସେଗୁଡିକୁ ପରୀକ୍ଷା ପାଇଁ ପଠାଯାଇଛି । ଆଜି ମୁଖ୍ୟତଃ ଏରୋଡ୍ରମ ଏରିଆ, ସୌଭାଗ୍ୟ ନଗର, ଚନ୍ଦ୍ର ଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର ଆଦି ଅଂଚଳରେ ଏହି ଚଢାଉ କରାଯାଇଥିଲା । ସେହିପରି ଗତ କାଲି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସୌଭାଗ୍ୟ ନଗର, ପ୍ରକୃତି ବିହାର, ଡେଲଟା, ପଟିଆ, କିମ୍ସ ଆଦି ଅଂଚଳରେ ଚଢାଉ କରାଯାଇ 20ରୁ 30 କଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଥିଲା । ଗତକାଲି 10ଟି ଖାଦ୍ୟ ଦୋକାନରୁ ପାନୀୟ ଜଳ ଓ 10ଟି ହୋଟେଲରୁ ଖାଦ୍ୟ ନମୂନା ସଂଗ୍ରହ କରାଯାଇ ସେଗୁଡିକୁ ପରୀକ୍ଷା ପାଇଁ ପଠାଯାଇଛି । ଦୂଷିତ ଖାଦ୍ୟ ବିକ୍ରି ଏବଂ ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବାରୁ କେତେକ ଖାଦ୍ୟ ବ୍ୟବସାୟୀଙ୍କଠାରୁ 30 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ସଂପ୍ରତ୍ତି ସହରର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ରୋଗ ବ୍ୟାପିଥିବାରୁ ଏଥିପାଇଁ ଜନ ସାଧାରଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି । ଖାଦ୍ୟ ବ୍ୟବସାୟୀମାନେ ମଧ୍ୟ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟକର ପରିବେଶରେ ତଟକା ଖାଦ୍ୟ ବିକ୍ରି କରିବା ପାଇଁ କୁହାଯାଇଛି । କୌଣସି ପରିସ୍ଥିତିରେ ମାଛିବସା ଖାଦ୍ୟ ନ ବିକ୍ରି କରିବା ପାଇଁ ତାଗିଦ କରାଯାଇଛି ।ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଏହି ଚଢାଉ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବି । ଏଥିପାଇଁ ଜନ ସାଧାରଣ ତଥା ଖାଦ୍ୟ ବ୍ୟବସାୟୀମାନେ ସହଯୋଗ କରିବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *