July 1, 2025
Home » ବିନିକା ବ୍ଲକ ରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ପଥପ୍ରାନ୍ତ ସଭା ଅନୁଷ୍ଠିତ

ବିନିକା ବ୍ଲକ ରେ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ପଥପ୍ରାନ୍ତ ସଭା ଅନୁଷ୍ଠିତ

0
WhatsApp Image 2025-06-22 at 1.46.08 PM (1)

ସୁବର୍ଣ୍ଣପୁର: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସ ଙ୍କ ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଛକ ଠାରେ ଖଣ୍ଡ ସଂଯୋଜକ ବିଶ୍ୱନାଥ ମିଶ୍ର ଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର ଜିଲ୍ଲା ସଂଯୋଜକ ଉଦ୍ଧବ ପଧାନ ଯୋଗଦେଇ ଯେପର୍ଯ୍ୟନ୍ତ ରାଜ୍ୟ ସରକାର ୦୧.୦୬.୨୦୦୮ ରୁ ୦୧.୦୬.୨୦୧୮ ମସିହା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ନୀତିଗତ ନିଷ୍ପଭି ନେଇନାହାଁନ୍ତି,ସେ ପର୍ଯ୍ୟନ୍ତ ଏ ଅନୁଦାନ ନିମିତ୍ତ ଲଢ଼େଇ ସମଗ୍ର ରାଜ୍ୟ ରେ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ। ଏଥି ସହିତ ଉକ୍ତ ସଭାରେ ସଂଘ ର ସକ୍ରିୟ ସଦସ୍ୟ ମାନସ ରଞ୍ଜନ ମିଶ୍ର, ମାନସ କୁମାର ନାୟକ, ଉଲୁଣ୍ଡା ବ୍ଲକ ଖଣ୍ଡ ସଂଯୋଜକ ସୁଶାନ୍ତ ଦେହୁରୀ, ପୁସ୍ତମ ମେହେର, ଭୁବନେଶ୍ୱର ସାହୁ, ପ୍ରିୟରଞ୍ଜନ ହୋତା, ଶରତ କଅଁର,ଆଶିଷ ଭୋଇ, ବାଳମକୁନ୍ଦ ବାରିକ, ସରୋଜ କୁମାର ବିଶି, ସୁଜିତ ଭୋଇ, ସୁମନ୍ତ ସାହୁ, ଟଙ୍କଧର ପଧାନ, ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *