July 27, 2025
Home » ମୋହନ ମାଝୀଙ୍କ ସରକାରରେ ମା’ମାନଙ୍କ ବିପର୍ଯ୍ୟସ୍ତ ସୁରକ୍ଷାକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ-ଶାନ୍ତିପୂର୍ଣ୍ଣ ଅନଶନ

ମୋହନ ମାଝୀଙ୍କ ସରକାରରେ ମା’ମାନଙ୍କ ବିପର୍ଯ୍ୟସ୍ତ ସୁରକ୍ଷାକୁ ନେଇ ପ୍ରଦେଶ କଂଗ୍ରେସର ବିରୋଧ-ଶାନ୍ତିପୂର୍ଣ୍ଣ ଅନଶନ

0
WhatsApp Image 2025-06-20 at 8.41.23 PM

ଡରୁଆ ବିଜେପି ସରକାରର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ରାତିଅଧିଆ ଗିରଫଦାରି

ଭୁବନେଶ୍ୱର: ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ସରକାରକୁ ଆସିବାର ୧ବର୍ଷ ଭିତରେ ମହିଳା ଓ ଶିଶୁମାନଙ୍କ ଉପରେ ହିଂସା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ଚରମସୀମାରେ ପହଞ୍ଚିଛି । ପୂର୍ବ ସରକାର ସମୟରେ ଦିନକୁ ୭ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ବିଗତ ୧ ବର୍ଷ ଭିତରେ ତାହା ବିପଦଜନକ ଭାବେ ବୃଦ୍ଧିପାଇ ବର୍ତ୍ତମାନ ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମରେ ଶିକାର ହେଉଛନ୍ତି । ଆଜି ମୋଦିଙ୍କ ଓଡ଼ିଶା ଆଗମନ ଓ ସବୁକ୍ଷେତ୍ରରେ ବିଫଳ ହୋଇଥିବା ମୋହନ ମାଝୀଙ୍କ ସରକାରକୁ ଜାଲି ସାଟିଫିକେର୍ଟ ଦେଇ ତୁଛା ବାହାବାହା ନେବାର ପ୍ରୟାସକୁ ପ୍ରଦେଶ କଂଗ୍ରେସ ତରଫରୁ ଶାନ୍ତିପୂର୍ଣ୍ଣ ଅନଶନ ମାଧ୍ୟମରେ ବିରୋଧ କରାଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ହେଇଥିବା ଶାନ୍ତିପୂର୍ଣ୍ଣ ଅନଶନରେ ପ୍ରଦେଶ କଂଗ୍ରେସର ତମାମ ବରିଷ୍ଠ ନେତା, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ପିସିସି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସକାଳ ୯ ଘଂଟା ଠାରୁ ସଂଧ୍ୟା ୬ ଘଂଟା ପର୍ଯ୍ୟନ୍ତ ଅନଶନ ଧର୍ମଘଟରେ ବସିଥିଲେ ।

ପିସିସି ସଭାପତି କହିଥିଲେ ଯେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଏହା ଏକ ଜାତୀୟ ଲଜ୍ଜା । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର-ହରିଚନ୍ଦନପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ସାଧାରଣ ଜନତାଙ୍କ ମନରେ ସରକାରଙ୍କର ପ୍ରତି ଗଭୀର ଅସନ୍ତୋଷ ଓ ଅବିଶ୍ୱାସ ସୃଷ୍ଟି କରିଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ମହିଳାମାନେ ଅସୁରକ୍ଷିତ ତାହାଲେ ରାଜ୍ୟର ଅବସ୍ଥା କେତେ ସାଂଘାତିକ ଏଥିରୁ ଅନୁମେୟ । ସମାନଭାବରେ ବାରିପଦା ଠାରେ ରାତିରେ ନିଜ ଘରେ ଶୋଇଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିବା ଭଳି ଘଟଣା ପ୍ରମାଣିତ କରୁଛି ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଷୁଡ଼ି ଯାଇଛି । ଗତକାଲି କେନ୍ଦ୍ରାପଡ଼ା ଠାରେ ଜଣେ ଯୋଗଶିକ୍ଷକଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଆମ ସମସ୍ତଙ୍କୁ ଲଜ୍ଜିତ କରିଛି । ସମଗ୍ର ରାଜ୍ୟରେ ପୁରୀ, ଅନୁଗୁଳ, କନ୍ଧମାଳ ଏବଂ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏଭଳି ଭୟଙ୍କର ଘଟଣା ସାମନାକୁ ଆସିବା ସତ୍ୱେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଏହାକୁ ନିୟନ୍ତ୍ରଣକୁ ଆଣିବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ଏହା ମୁଖ୍ୟମନ୍ତ୍ରୀ ଓ ବିଜେପି ସରକାରର ପ୍ରଶାସନିକ ଅପାରଗତା ଓ ସ୍ଥାଣୁତାକୁ ପଦାରେ ପକାଇଛି । ରାଜ୍ୟରେ ମା’ ମାନଙ୍କର ସୁରକ୍ଷା ଆଜି ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।

ମହିଳାମାନଙ୍କ ଉପରେ ବଢ଼ୁଥିବା ହିଂସାକୁ ନେଇ ଗତ ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିବା ଫଳରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଅନ୍ୟାୟୋଚିତ ଭାବେ ସସ୍‌ପେଣ୍ଡ କରାଯାଇଥିଲା । ଆଜି ପରିଣାମ ସମସ୍ତଙ୍କ ସାମନାରେ ଏବଂ ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ଏକବିଂଶ ଶତାବ୍ଦୀରେ ଏବଂ ୨୦୨୫ ମସିହାରେ ଓଡ଼ିଶାର ଯାଜପୁର ସମେତ ୪ଟି ଜିଲ୍ଲାରେ ଦୂଷିତ ପାଣି ଯୋଗୁଁ ହଇଜା ମହାମାରୀ ବ୍ୟାପି ୨୪ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି ଏବଂ ୫ ହଜାରରୁ ଅଧିକ ଲୋକ ଏ ମହାମାରୀର ଶିକାର ହୋଇଛନ୍ତି । ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାପାଇଁ କୌଣସି ସାଧନ ନାହିଁ । ବିଜେପି ସରକାର ବର୍ଷପୂର୍ତ୍ତି ପାଇଁ ଏତେ ପାଗଳ ଯେ ମା’ ମାନଙ୍କର ସୁରକ୍ଷା ଏବଂ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବ ଉପରେ ଉତ୍ସବ ପାଳନ କରୁଛି । ଯଦି ପ୍ରଧାନମନ୍ତ୍ରୀଙ୍କର ସତସାହାସ ଅଛି ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଗୋପାଳପୁର ଗ୍ୟାଙ୍ଗରେପ ହୋଇଥିବା ଯାଗାକୁ ପରିଦର୍ଶନ କରନ୍ତୁ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ନେଇ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ । ଆମେ ଆହ୍ୱାନ ଦେଉଛୁ ପ୍ରଧାନମନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତରେ ଯାଇ ହଇଜାପ୍ରବଣ ଅଞ୍ଚଳର ସ୍ଥିତି ଦେଖନ୍ତୁ, ପରଖନ୍ତୁ ଏବଂ ସରକାରୀ ବିଫଳତାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦିଅନ୍ତୁ । ବିଗତ ୧ବର୍ଷ ଭିତରେ ରଙ୍ଗ ବଦଳାଇବା ଏବଂ ଆତ୍ମ ପ୍ରଚାର କରିବାଛଡ଼ା ଏ ସରକାର ଲୋକକଲ୍ୟାଣ ନିମନ୍ତେ କୌଣସି କାର୍ଯ୍ୟ କରିବା ଦୁରର କଥା କିଛି କାମ ହାତକୁ ବି ନେଇନାହାନ୍ତି ।

ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଉପାୟରେ ଅନଶନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ଯୁବ କଂଗ୍ରେସ ସଭାପତି ଏବଂ ଯୁବ ଓ ଛାତ୍ର କଂଗ୍ରେସର ଶହଶ୍ରାଧିକ କାର୍ଯ୍ୟକର୍ତ୍ତାଙ୍କୁ ରାତି ଅଧିଆ ଗିରଫ କରି ଅନଶନ ଧର୍ମଘଟରେ ସାମିଲ ହେବାକୁ ରୋକିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଡରୁଆ ବିଜେପି ସରକାରର ହୀନମନ୍ୟତାକୁ ପଦାରେ ପକାଇଛି । ପ୍ରତ୍ୟେକ କ୍ଷେତ୍ରରେ ବର୍ଷେ ଭିତରେ ଓଡ଼ିଶାର ସାଧାରଣ ଜନତାଙ୍କୁ କଥା ଦେଇ କେବଳ ପ୍ରତାରିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅନନ୍ତ ସେଠୀ, ସମୀର ରାଉତରାୟ, ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ସିଦ୍ଧାର୍ଥ ସ୍ୱରୂପ ଦାଶ, ପଞ୍ଚାନନ କାନୁନଗୋ, ସୁଜିତ ପାଢ଼ୀ, ଯଶୋବନ୍ତ ସିଂ ଲାଗୁରି, ସୁଧାଂଶୁ ଶେଖର ଦେଓ, ରାଜେଶ ମିଶ୍ର, ନଗେନ୍ଦ୍ର ପ୍ରଧାନ,…

Leave a Reply

Your email address will not be published. Required fields are marked *