ପିପିଏଲ ର ଛଟେଇ ପ୍ରତିବାଦରେ ଏଡ଼ିଏମ ଙ୍କ ଅଫିସ ଆଗରେ ଶ୍ରମିକ ଙ୍କ ଧାରଣା

ପାରାଦୀପ – ପାରାଦୀପ ଫଫେଟ୍ସ ଲିମିଟେଡ଼ (ପିପିଏଲ) ରେ ଆଜକୁ ୮ ବର୍ଷରୁ ଉର୍ଦ୍ଧ ହେବ କେମିକାଲ ବିଭାଗରେ କାମ କରୁଥିବା ୧୯ ଜଣ ସ୍ଥାନୀୟ ଶ୍ରମିକ ଙ୍କୁ ପ୍ରାୟ ତିନିମାସ ହେବ କାର୍ଯ୍ୟରୁ ଅନ୍ତର କରାଯାଇଛି l ଶ୍ରମିକ ମାନେ ବାରମ୍ବାର ପିପିଏଲ କତ୍ତୃପକ୍ଷ ଓ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ) ଙ୍କୁ ଗୁହାରି କଲାପରେ ବି ଆଜି କାଲି କହି ସମୟ ଗଡ଼ାଇ ଚାଲିଛନ୍ତି l ଶ୍ରମିକ ମାନେ ମାସିକ ୧o ରୁ ୧୨ ହଜାର ଟଙ୍କାରେ ଦୀର୍ଘ ବର୍ଷ ହେବ କାମ କରିଆସୁଛନ୍ତି l ସେଥିରେ ଶ୍ରମିକଙ୍କ ଗୁଜୁରାଣ ମେଣ୍ଟିବା ବହୁତ କଷ୍ଟ ହେଲେ ମଧ୍ୟ ସେମାନେ ଦୀର୍ଘ ବର୍ଷ ହେବ କାମ କରିଆସୁଥିଲେ l ଶ୍ରମିକଙ୍କ କହିବା ଅନୁଯାୟୀ ସେମାନେ ପିପିଏଲ ର କାମକୁ ଶୁଭମ ଏଣ୍ଟରପ୍ରାଇଜେସ ଦ୍ୱାରା କାର୍ଯ୍ୟ କରିଆସୁଥିଲେ l ଗତ ତିନିମାସ ତଳେ ପିପିଏଲ କର୍ତୃପକ୍ଷ ଶୁଭମ ଏଣ୍ଟରପ୍ରାଇଜେସ କୁ ହଟାଇ ଦେଲେ l ତା ବଦଳରେ ଆଉ ଏକ ନୂଆ କଣ୍ଟ୍ରାକ୍ଟର ଦ୍ୱାରା ଶ୍ରମିକ ମାନଙ୍କୁ କାମରେ ଲଗାଇବା କଥା l କିନ୍ତୁ ପିପିଏଲ କତ୍ତୃପକ୍ଷ ଜାଣିଶୁଣି ନୂଆ କଣ୍ଟ୍ରାକ୍ଟର ନିଯୁକ୍ତି ନକରି ସମୟ ପରେ ସମୟ ଗଡ଼ାଇଚାଲିଛନ୍ତି l ଅନ୍ୟପଟେ ନୂତନ ଶ୍ରମିକ ଙ୍କୁ ଆଣି ସେହି କାମ କୁ ଚାଲୁ ରଖିଛନ୍ତି l ଯାହା ଦ୍ୱାରା ଶ୍ରମିକ ମାନେ ଦୌଡ଼ି ଦୌଡ଼ି ନିରାଶ ହେଲାପରେ ବାଧ୍ୟହୋଇ ଶୁକ୍ରବାର ସକାଳୁ ପାରାଦୀପ ଏଡ଼ିଏମ ଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣରେ ବସିଛନ୍ତି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )