July 27, 2025
Home » ସୋନପୁର କଲେଜ ଆଲୁମନି ସଂଘ ର କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

ସୋନପୁର କଲେଜ ଆଲୁମନି ସଂଘ ର କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

0
WhatsApp Image 2025-06-22 at 5.43.27 PM

ସୁବର୍ଣ୍ଣପୁର :ସୋନପୁର ମହାବିଦ୍ୟାଳୟର ଆଲୁମନି ସଂଘ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା କିପରି ମିଳିପାରିବ ଓ ପାଣ୍ଠି ସଂଗ୍ରହ ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଆନୁମନି ସଂଘର ସଭାପତି ଡ଼. ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ଭାରତ ଭୂଷଣ ଦାଶ ମଞ୍ଚାସିନ ଥିଲେ। ସଂଯୋଜକ ସୁଦାମ ଚରଣ ମିଶ୍ର ସଭାକୁ ପରିଚାଳନା କରିଥିଲେ। ଏଥିରେ ସମସ୍ତ ବ୍ଲକର କାର୍ଯ୍ୟକାରୀ ସଭାପତି ଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ, ଉପଦେଷ୍ଟା କମିଟି, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ବ୍ୟାପାର, ସ୍ୱତନ୍ତ୍ରକାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ସମସ୍ତ କମିଟି ଓ ଉପ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.

Leave a Reply

Your email address will not be published. Required fields are marked *