July 27, 2025
Home » ନେଲୁଙ୍ଗ ଗ୍ରାମରେ ରଜ ମହୋତ୍ସବ ପାଳିତ

ନେଲୁଙ୍ଗ ଗ୍ରାମରେ ରଜ ମହୋତ୍ସବ ପାଳିତ

0
WhatsApp Image 2025-06-20 at 11.09.59 PM (1)

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ ଏକ ସଂସ୍କୃତି ସମ୍ପନ୍ନ ଗାଁ ଏଠାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣି ପାଳନ ହୁଏ। ତେବେ ଏଥର ଓଡ଼ିଶାର ଗଣପର୍ବ ରଜ ଅବସରରେ ତା୧୬/୬/୨୦୨୫ ରୁ ତା୧୮/୬/୨୦୨୫ ଯାଏ ଗ୍ରାମର ଆଦର୍ଶ ଯୁବକ ସଂଘ ଦ୍ଵାରା ସମସ୍ତଙ୍କ ସହଯୋଗରେ ରଜ ମହୋତ୍ସବ ପାଳନ କରାଯାଇଛି।


ସେ ଲାଗି ଗ୍ରାମରେ ଦୋଳି ବସିଥିଲା ଗ୍ରାମର ଝିଅ ବୋହୂଙ୍କ ପାଖ ଗ୍ରାମ ମାନଙ୍କର ଝିଅ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଦୋଳି ଖେଳି ଗୀତ ଗାଇ ମଜା କରିଥିଲେ। ଝିଅ ବୋହୂଙ୍କ ମଧ୍ୟରେ ରଜ ଦୋଳି ଗୀତ ନାଚ ପ୍ରତିଯୋଗିତା କରି ପୁରସ୍କୃତ କରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଗ୍ରାମର ତାରିଣୀ ପ୍ରସାଦ ରାଉଳ, ପପୁ ନାଏକ, କ୍ଷମା ପ୍ରସାଦ କର, ଗଣେଶ ରଣା,ଦୁର୍ଗା ରାଉଳ, ଦୀପକ ରଣା, ଗଦାଧର ରଣା,ଅଜୟ,ବିଜୟ ପରମାଣିକ, ଲିଟୁ ରଣା, ରାଜନୀକାନ୍ତ ଦାସ,ବୁବୁନ ରଣା, ସଙ୍ଗମ ରଣା ଆଦି ଅନେକ ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *