July 1, 2025
Home » ପାରାଦୀପ ଟ୍ରକ ବ୍ୟବସାୟୀ ପବିତ୍ର ପରିଡା ଙ୍କ ବିୟୋଗରେ ଟ୍ରକ ମାଲିକ ସଙ୍ଘ ର ଶୋକସଭା

ପାରାଦୀପ ଟ୍ରକ ବ୍ୟବସାୟୀ ପବିତ୍ର ପରିଡା ଙ୍କ ବିୟୋଗରେ ଟ୍ରକ ମାଲିକ ସଙ୍ଘ ର ଶୋକସଭା

0
WhatsApp Image 2025-06-24 at 10.27.07 PM

ପାରାଦୀପ – ପାରାଦୀପ ର ଟ୍ରକ ମାଲିକ ପବିତ୍ର ପରିଡା (୫୪) ଙ୍କ ଗତ ସୋମବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ହୋଇଯାଇଛି l ବୃନ୍ଦାବନ କଲୋନୀରେ ରହୁଥିବା ଶ୍ରୀ ପରିଡା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଅଠରବାଙ୍କି ସ୍ଥିତ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ତେବେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ତାଙ୍କ ବିୟୋଗରେ ସେ ସଭ୍ୟ ଥିବା ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସକାଳେ ସଙ୍ଘ ସମ୍ପାଦକ ବିଶ୍ୱ ରଞ୍ଜନ ପଲ୍ଲାଇ ଙ୍କ ଆବାହକତ୍ୱରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି l ଏଥିରେ ସଂଘର ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ହୋଇ ସ୍ବର୍ଗତ ପରିଡା ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *