July 1, 2025
Home » ଭୟାତୁର ଝିଅ ବୋହୁ : ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ଭୟାତୁର ଝିଅ ବୋହୁ : ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

0
WhatsApp Image 2025-06-24 at 7.07.40 PM

ଭୁବନେଶ୍ୱର: ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଏବଂ ରାଜ‍୍ୟ ରେ ଆକସ୍ମିକ ଭାବରେ ଶତାଧିକ ମହିଳା ,ଶିଶୁ ନିଖୋଜ ହେବା ଓ ରାଜ‍୍ୟ ରେ ମହିଳା ଙ୍କ ପ୍ରତି ବଢୁଥିବା ଅତ‍୍ୟାଚାର କୁ ନେଇ ନିଜ ଚିନ୍ତା ପ୍ରକଟ କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନା ନାରୀଙ୍କୁ ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି। ଦୁଷ୍କର୍ମ, ଗଣ ଦୁଷ୍କର୍ମ, ନାରୀ ନିଖୋଜ, ଶିଶୁ ନିଖୋଜ ସଂଖ୍ୟା ବଢିଛି। ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଲା। ଦୁଃଖ ଶୁଣିଲା। ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି। ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି। ମହିଳା ଟେ ଦୁଃଖ କହିବ ତ କେଉଁଠି କହିବ। ଏଠି ବହୁତ ଆଶା ରଖି ବିଜେପିକୁ ଭୋଟ ଦେଇଥିଲେ। ହେଲେ ଏ ସରକାର ତାଙ୍କୁ ନିରାଶ କରିଛି।ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ ରିସିଭ କଲେନି। ଚିଠି ଉତ୍ତର ଦେଲେନି ବୋଲି ଭକ୍ତ କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବ ନାହିଁ। ଶେଷ ନିର୍ଯାସ ପର୍ଯ୍ୟନ୍ତ ଲଢ଼ିବ ବୋଲି ସେ କହିଥିଲେ।

ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି। ରାଷ୍ଟ୍ରପତି ଓଡିଶାର ଏବଂ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ଭେଟି ଜଣାଇବୁ ବୋଲି ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଦିପା ଦାସମୁନସୀ କହିଛନ୍ତି।ଗଞ୍ଜାମର ଗୋପାଳପୁର, କନ୍ଧମାଳର ଟିକାବାଲି, କେନ୍ଦୁଝରର ହରିଚନ୍ଦନପୁର ଗସ୍ତ କରିଛି ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି। ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ସ୍ଥଳକୁ ଗସ୍ତ କରିଛନ୍ତି। ଗସ୍ତର ଶେଷ ଦିବସରେ ଆଜି କଂଗ୍ରେସ ଭବନରେ ଆନୁଷ୍ଟିତ ସମ୍ମିଳନୀରେ ଶ୍ରୀମତୀ ଦାସମୁନସୀ କହିଛନ୍ତି ଯେ କମିଟି ଜାତୀୟ ମାନବାଧିକାର କମିଶନ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ଦେବ ରିପୋର୍ଟ। ଓଡିଶାର ମହିଳାମାନେ ଭୟବିତ । ମହିଳା ମାନେ ଆମକୁ ସୁରକ୍ଷା ମାଗୁଛନ୍ତି । ଆମର ବଡ ହୁଦୟ। ଓଡ଼ିଶାରେ ନାରୀ ଅତ୍ୟାଚାର ବଢ଼ିଯାଇଛି। ଯେଉଁମାନଙ୍କୁ ଆମେ ଭେଟିଲୁ ସେ ମହିଳାଙ୍କ ଦୁଃଖ ଶୁଣି ଆମ ଧର୍ଯ୍ୟ ରହିଲା ନାହିଁ। ଶିଶୁ ଓ ମହିଳା ନିଖୋଜ କଥା ଶୁଣି ଆମକୁ ବହୁତ ଦୁଃଖ ଲାଗିଲା। ବର୍ଷେ ହେବ ମହିଳା କମିଶନ ଗଠନ କରିପାରିଲେନି ମୁଖ୍ୟମନ୍ତ୍ରୀ । ମହିଳାମାନେ କାହାକୁ ଅଭିଯୋଗ କରିବେ। ଆମେ ଏକଥା ଲୋକସଭା ଓ ରାଜ୍ୟ ସଭାରେ ଉଠାଇବୁ।ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୀଡ଼ିତାଙ୍କ ଦୁଃଖ କହିବାକୁ ଚାହିଁଥିଲୁ କିନ୍ତୁ ମୁଖ୍ୟମନ୍ତ୍ରୀ ସମୟ ଦେଲେନାହିଁ । ଓଡ଼ିଶାର ପ୍ରଶାସନ ମଧ୍ୟ ଲୋକଙ୍କ କଥା ଶୁଣିବାକୁ ଚାହୁନାହିଁ। ଦୋଷୀ କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଲୋକଙ୍କ ମନରେ ଭୟ ରହିବ ନାହିଁ ବୋଲି ସେ କହିଥିଲେ।

ସାଂସଦ ରଞ୍ଜିତ ରଞ୍ଜନ କହିଥିଲେ, ଏଠି ପ୍ରତି 5 କିଲୋମିଟରରେ ଜଣେ ଶିଶୁ ନିର୍ଯାତନାର ଶିକାର ହେଉଛନ୍ତି। ପ୍ରତି ୧୦ କିଲୋମିଟର ରେ ଜଣେ ଶିଶୁ ନିଖୋଜ।ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ। ହେଲେ ପ୍ରଶାସନ ଚୁପ ହୋଇ ବସିଛି। ନିଷ୍କ୍ରିୟ ସରକାର ପାଇଁ ଆଜି ରାଜ୍ୟରେ ଏଭଳି ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ମହିଳା ଗଣ ଦୁଷ୍କର୍ମ ଓ ହତ୍ୟା ହେବା କଥାକୁ ସରକାର ଶୁଣିବାକୁ ନାରାଜ। ଓଡିଶା ସରକାର ଗଣଦୁଷ୍କର୍ମ କଥାକୁ ଗୋଟେ ନୂଆ କଥା କହୁଛନ୍ତି ଗ୍ରାଲଫେଣ୍ଡ ଓ ବୟଫେଣ୍ଡ କଥା। ବେଟି ବଚାନା ହେ ତୋ ବିଜେପି ସେ ବଚନା ହେ। ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ। ସେ ଓଡିଶାରୁ ଯାଇ ଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବୁ। ୧ ବର୍ଷ ହେବ ମହିଳା କମିଶନ ଗଢ଼ା ହେଉନଥିବା କଥା କହିବୁ। ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସାଂସଦ ରଂଜିତ କହିଥିଲେ।
ଓଡ଼ିଶାର ମହିଳା ଗଣଦୁଷ୍କର୍ମ କଥା ରାଷ୍ଟ୍ରପତିଙ୍କ ପାଖକୁ ନେବୁ । ଦିଲ୍ଲୀରେ ଏ ପ୍ରସଂଗ ଉଠାଇବୁ। ଏଠାକାର ମୁଖ୍ୟମନ୍ତ୍ରୀ ମହିଳା ସରୁକ୍ଷା ପାଇଁ ସମୟ ନାହିଁ।

ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଜା କହିଥିଲେ, ଓଡ଼ିଶାରେ ମହିଳା ଅସୁରକ୍ଷିତ। ବିଶେଷ କରି ଆଦିବାସୀ ମହିଳା ଓ ଶିଶୁ ଅଧିକ ନିର୍ଯାତନା ଶିକାର ହେଉଛନ୍ତି।ସାଂସଦ ଏସ ଯୋଥିମଣୀ କହିଲେ କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁଷ୍କର୍ମ କରି ମାରି ଦିଆଯାଇଛି। ଏଥିରୁ ରାଜ୍ୟରେ କଣ ସ୍ଥିତି ତାହା ଅନୁମାନ କରି ହେଉଛି। ହେଲେ ବିଜେପି ସରକାର ଏହି ପ୍ରସଙ୍ଗରେ ଯେମିତି ପଦକ୍ଷେପ ନେବା କଥା, ନେଉ ନାହାନ୍ତି। ପ୍ରଣିତୀ ସିନ୍ଦେ କହିଥିଲେ, ରାଜ୍ୟରେ ପ୍ରତି ପାଞ୍ଚଟା ଘରୁ ଗୋଟେ ଘରେ ଦୁଷ୍କର୍ମ ହେଉଛି। ଆମେ ମହିଳା ନିର୍ଯାତନା ନେଇ ଯାହା ଶୁଣି ଆସିଥିଲୁ ତାହା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଚାହିଁଥିଲୁ। ହେଲେ ସେ ସମୟ ଦେଲେନି। ରାଜ୍ୟରେ ଭାଷ୍ଟ୍ରାଚାର ଓ ବଳାତ୍କାର ଚାଲିଛି l ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ସମୟ ନାହିଁ ମହିଳା ପ୍ରସଂଗରେ ଦେଶର ମହିଳା ସାଂସଦ ଙ୍କ ସହ କଥା ହେବା ପାଇଁ। ଏ ସରକାର ମହିଳା ବିରୋଧୀ ସରକାର ।

Leave a Reply

Your email address will not be published. Required fields are marked *