July 26, 2025
Home » ଅନ୍ତର୍ଜାତୀୟ ନିଶା ଔଷଧ ର ଦୁର୍ବ୍ୟବହାର ଓ ବେଆଇନ ଚାଲାଣ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

ଅନ୍ତର୍ଜାତୀୟ ନିଶା ଔଷଧ ର ଦୁର୍ବ୍ୟବହାର ଓ ବେଆଇନ ଚାଲାଣ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-06-26 at 6.08.40 PM

ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଇପ୍ସି ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ନିଶା ଔଷଧ ର ଦୁର୍ବ୍ୟବହାର ଓ ବେଆଇନ ଚାଲାଣ ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପ୍ରଥମ ଶ୍ରେଣୀ ବିଚାରାଧୀନ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ଚିନ୍ତାମଣୀ ପାତ୍ର, ଆଇନଜୀବୀ ଅଶ୍ୱିନୀ ପଣ୍ଡା, ସଂଯୁକ୍ତା ପଣ୍ଡା ଓ ରଟେନର କମଳିନୀ ରଥ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଚଳିତ ସମାଜ ରେ ଦିନକୁ ଦିନ ବଢ଼ି ଚାଲିଥିବା ନିଶା ଔଷଧ ର ଦୁର୍ବ୍ୟବହାର ତଥା ଏହା ର ପ୍ରଭାବ ଉପରେ ଆଲୋଚନା କରିଥିଲେ। ଏହି ଦିନ ପାଳନ କରିବାର ମହତ୍ୱ ଏବଂ ଉଦ୍ୟେଶ ଉପରେ କହିଥିଲେ। ଏହି ଅବସରରେ ଧର୍ମଗଡ଼ କୋର୍ଟ ର କର୍ମଚାରି ଶ୍ରୀ ସଞ୍ଜୟ ରାଉତ ମଧ୍ୟଏହି ବିଷୟରେ ତାଙ୍କର ମତ ପ୍ରକାଶ କରିଥିଲେ । ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ ଏବଂ ଶ୍ରୀମତୀ କମଳିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *