May 9, 2025
Home » ପୋଲିସ୍ କନଷ୍ଟେବଳ ଜଗା ଜଗତ ଙ୍କ ହୃଦ୍ ଘାତ ରେ ମୃତ୍ୟୁ, ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର l

ପୋଲିସ୍ କନଷ୍ଟେବଳ ଜଗା ଜଗତ ଙ୍କ ହୃଦ୍ ଘାତ ରେ ମୃତ୍ୟୁ, ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର l

0
WhatsApp Image 2024-08-29 at 3.53.50 PM

 

 

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ର 1997 ବେଜ୍ ର କନେଷ୍ଟବଳ ଜଗା ଜଗତ ସକାଳେ ଜିଲ୍ଲା ପୋଲିସ୍ ର ଅସ୍ତ୍ରାଗାର ରେ ଡିଉଟି କରୁଥିବା ସମୟ ରେ ଅଚେତ୍ ହୋଇଯାଇଥିଲେ । ସ୍ଥାନୀୟ ନୂଆଁ ମେଡିକାଲ ରେ ଚିକିତ୍ସିତ ଅବସ୍ଥା ରେ ତାଂକ ର ମୃତ୍ୟୁ ହୋଇଥିଲା । ପରେ ରିଜର୍ଭ ପୋଲିସ୍ ପଡିଆରେ ସ୍ୱର୍ଗୀୟ ଜଗତ ଙ୍କୁ ଜିଲ୍ଲା ପୋଲିସ୍ ତରଫରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା l

ଏସପି ସୁବର୍ଣ୍ଣପୁର ୟଶ ପ୍ରତାପ ଶ୍ରୀମାଲ ସ୍ଵର୍ଗତ ଜଗା ଜଗତ ର ମର ଶରୀର ରେ ପୁଷ୍ପ ଗୁଚ୍ଛ ଦେଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇ ଥିଲେ । ଏହି ଶୋକ ସଭା ରେ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ସଂଯୋଜନା କରି ଥିବା ବେଳେ ଜିଲ୍ଲା ଆରକ୍ଷୀ ବାହିନୀର ସମସ୍ତ ଉଚ୍ଚ ପଦାଧିକାରୀ କର୍ମଚାରୀ ସ୍ଵର୍ଗତ ଜଗା ଜଗତ ଙ୍କ ମର ଶରୀର ରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଵର୍ଗତ ଜଗା ଜଗତ ଜିଲ୍ଲା ପୋଲିସ୍ ର ବ୍ୟାଣ୍ଡ ପାର୍ଟି ର ଜଣେ ସୁଦକ୍ଷ ବିଗୁଲର ଥିବା ବେଳେ ସେ ଜଣେ ସରଳ ,ମେଳାପି ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ସଭାପତି ଦିନେଶ ମିଶ୍ର କହିଛନ୍ତି । ଜାଗା ଙ୍କ ମର ଶରୀର କୁ ତାଙ୍କ ଗ୍ରାମ କଉଡ଼ିଆମୁଣ୍ଡା ସ୍ଥିତ ଗାଁ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଛି l କନେଷ୍ଟବଳ ସଂଘ ର ଅନେକ କର୍ମକର୍ତ୍ତା ଶୋକ ସଂତପ୍ତ ପରିବାର କୁ ଭେଟି ସମବେଦନା ଜଣାଇବା ସହ ଗାଁ ଶ୍ମଶାନ ରେ ପହଞ୍ଚିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *