ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ରଥ ପ୍ରତିଷ୍ଠା ପରେ ଶ୍ରୀ ଜୀଉଙ୍କୁ ପହଣ୍ଡି ରେ ରଥାରୁଢ଼ କରାଯାଇଥିଲା।
ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଛେରା ପହରା କାର୍ଯ୍ୟ ତୁଲାଇଥିଲେ। ଟ୍ରଷ୍ଟ ର ସଭାପତି ଭାରପ୍ରାପ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କୀ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ବିଡିଓ ସଦାଶିବ ନାୟକ,ଟ୍ରଷ୍ଟ ର ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର,ସୁରେନ୍ଦ୍ର ମୁନି,ସରୋଜ କୁମାର ସାହୁ,ଜନ୍ମେଜୟ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, କମଲୁ ଅଗ୍ରୱାଲ, କଦମ୍ବ ନାଏକ, ଶ୍ରବଣ ଅଗ୍ରୱାଲ, ଶିବ ମାଝୀ,ମାନସ ଆଚାର୍ଯ୍ୟ, କୁମୁଦ ଚନ୍ଦ୍ର ସାହୁ ସମେତ ଲକ୍ଷ୍ମୀକାନ୍ତ ଖମାରୀ, ଇଙ୍ଗିତ କୁମାର ପଣ୍ଡା, ଲଳିତ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥଲେ।ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ