July 26, 2025
Home » ୧୮ ବର୍ଷ ରୁ କମ୍ ଓଡ଼ିଶା କବାଡି ଟିମ ରେ ସୁବର୍ଣ୍ଣପୁରର ଝିଅ ସିରିନ୍ ପାତ୍ର

୧୮ ବର୍ଷ ରୁ କମ୍ ଓଡ଼ିଶା କବାଡି ଟିମ ରେ ସୁବର୍ଣ୍ଣପୁରର ଝିଅ ସିରିନ୍ ପାତ୍ର

0
WhatsApp Image 2025-06-26 at 4.08.52 PM

ସୁବର୍ଣ୍ଣପୁର: ସର୍ବ ଭାରତୀୟ କ୍ରୀଡା ରେ ଭାଗ ନେବେ ସିରିନ l ୧୮ ବର୍ଷ ରୁ କମ୍ ପ୍ରଥମ ଅଲ୍ ଇଣ୍ଡିଆ କବାଡ଼ି ପ୍ରତିଯୋଗୀତା କୁ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ସିରୀନ ପାତ୍ର ପ୍ରଥମ ଥର ମନୋନୀତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜି ଗାଁ ର ପିତା ଇୟାଦ ପାତ୍ର ଓ ମାତା ପଦ୍ମା ପାତ୍ର ଙ୍କ ସୁକନ୍ୟା ଅଟନ୍ତି ସିରିନ l ଚଳିତ ମାସ କଟକ ବାରବାଟୀ ରେ ଅଠର ବର୍ଷ ରୁ କମ୍ ବାଳିକା ସିଲେକ୍ସନ୍ ଟ୍ରାଏଲ ରେ ରାଜ୍ୟ ର ସମସ୍ତ ଜିଲ୍ଲା ରୁ ଚାରି ଜଣ ଲେଖାଏଁ ବାଳିକା ସମୁଦାୟ ୧୨୦ ଜଣ ଏହି କବାଡ଼ି ପ୍ରତିଯୋଗୀତା ରେ ଭାଗ ନେଇ ଥିବା ବେଳେ ଏଥିରୁ ପ୍ରଥମେ ଓଡ଼ିଶା ର ୨୪ ଜଣ ମନୋନୀତ ହୋଇଥିବା ଜଣା ଯାଇଛି l ଏହି ୨୪ ଜଣ ରୁ ଅଲ୍ ଇଣ୍ଡିଆ କବାଡି ପାଇଁ ପୁଣି ୧୪ ଜଣ ବାଳିକା ମନୋନୀତ ହୋଇଥିବା ଓ ଓଡ଼ିଶା କବାଡି ବାଳିକା ଟିମ ମ୍ୟାନେଜର ପୂଜା ଲାକ୍ରା ଓ କୋଚ୍ ହରିପ୍ରୀୟା ମହାପାତ୍ର ଙ୍କ ନେତୃତ୍ଵ ରେ ଏହି ୧୪ ଜଣ ବାଳିକା ଉତ୍ତରାଖଣ୍ଡ ହରିଦ୍ଵାର ଅଭିମୁଖେ ଯାତ୍ରା କରିଥିବା ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସୂଚନା ମିଳିଛି l ଏହି ୧୪ ଜଣିଆ ସର୍ବ ଭାରତୀୟ କବାଡି ରେ ଭାଗ ନେବାକୁ ଓଡ଼ିଶା ଟିମ ରେ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ସିରିନ ଜିଲ୍ଲା ତଥା ଓଡ଼ିଶା ରୁ ପ୍ରତିନିଧିତ୍ଵ କରିଥିବାରୁ କୃତୀ ଖେଳାଳୀ ସିରିନ କୁ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ବିଭାଗ ଓ କ୍ରୀଡ଼ା ସଂଘ ପକ୍ଷରୁ ସଫଳତା କାମନା ପାଇଁ ଶୁଭେଚ୍ଛା ଜ୍ଞାପନ କରା ଯାଇଛି l କ୍ରୀଡ଼ା ଇତିହାସ ରେ ଏହି ଜିଲ୍ଲା ପାଇଁ ଏହା ପ୍ରଥମ ଖେଳାଳି ହୋଇ ଥିବାରୁ ଜିଲ୍ଲା ଓ ରାଜ୍ୟ ପାଇଁ ସେ ଗୌରବ ବୃଦ୍ଧି କରିଛନ୍ତି l ଏହି ସଫଳତା ରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, କ୍ରୀଡ଼ା ସଂଘ ସମ୍ପାଦକ ପୀୟୂଷ ପଣ୍ଡା, ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ , ସହ ସଂପାଦକ ନନ୍ଦ କିଶୋର ତ୍ରୀପାଠୀ, ଉପଦେଷ୍ଟା ଗୌରୀ ଶ୍ୟାମ ପଣ୍ଡା, କଇରୁ ସ୍ବାଇଁ, ଦିଲ୍ଲିପ ଗୁରୁ, ଭୁକୁଲୁ ବକ୍ସି, ବରିଷ୍ଟ ସଦସ୍ୟ ଗୋପାଳ ବରାଇ, ଜିତେନ୍ଦ୍ର କୁମାର ସାହୁ, ବଳରାମ ପଟ୍ଟନାୟକ, ଗତି କୃଷ୍ଣ ମିଶ୍ର, ବିକାଶ ପଣ୍ଡା,କମଳା କାନ୍ତ ସାହୁ, ବି. ସତ୍ୟ ନାରାୟଣ ରାଓ, ଦିଗାମ୍ବର ଶତପଥି, କୃଷ୍ଣ ବାଗ, ସୁଦର୍ଶନ ପଣ୍ଡା, କଲିମ୍ ମହମ୍ମଦ, ଭଲିବଲ୍ ସଂପାଦକ ପୁରୁଷୋତ୍ତମ୍ ପାଣିଗ୍ରାହୀ, ଫୁଟବଲ୍ ସଂପାଦକ ରାଜୀବ ସାହୁ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା କ୍ରୀଡ଼ା ବିତ ସିରିନ୍ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *