July 1, 2025
Home » ପାରାଦୀପ ବନ୍ଦର ପକ୍ଷରୁ ୮୮ ଜଣ କୃତି କ୍ରୀଡ଼ାବିତ ଓ କଳାକାର ସମ୍ମାନିତ

ପାରାଦୀପ ବନ୍ଦର ପକ୍ଷରୁ ୮୮ ଜଣ କୃତି କ୍ରୀଡ଼ାବିତ ଓ କଳାକାର ସମ୍ମାନିତ

0
WhatsApp Image 2025-06-26 at 9.02.24 PM (1)

ପାରାଦୀପ – କ୍ରୀଡା ଏବଂ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବନ୍ଦରର କ୍ରୀଡ଼ାବିତ ଓ କଳାକାର ମାନଙ୍କୁ ସ୍ଥାନୀୟ ଜୟଦେବ ସଦନ ଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା l ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨o୨୪-୨୫ ବର୍ଷ ସର୍ବ ଭାରତୀୟ ବୃହତ ବନ୍ଦର ପ୍ରତିଯୋଗିତା ରେ ୮୮ ଜଣ କୃତି କ୍ରୀଡ଼ାବିତ ଓ କଳାକାର ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ସହିତ ସେମାନଙ୍କୁ ଅଧ୍ୟକ୍ଷ ଶ୍ରୀ ହରନାଦ ସମ୍ବର୍ଦ୍ଧିତ କରିଥିଲେ l

ଏହି ସଫଳତା ପାଇଁ ବନ୍ଦରାଧ୍ୟକ୍ଷ ସେମାନଙ୍କ ଉତ୍ସର୍ଗୀକୃତ, ଦକ୍ଷତା ଏବଂ ଏକାଗ୍ରତା ଉପରେ ଆଲୋକପାତ କରି ଏହା ଏକ ଉଦାହରଣ ସୃଷ୍ଟି କରିଥିବା ଉଲ୍ଲେଖ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଡ଼ି.ଏନ.ସୋନ୍ଧୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ରୀଡା ସଂସଦ ର ସମ୍ପାଦକ ରଞ୍ଜନ ରଶ୍ମି ବେଉରା ଓ କ୍ରୀଡା ଉପଦେଷ୍ଟା ରବି ଦାସ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ଏଠାରେ ସୂଚନାଥାଉକି, ବନ୍ଦରର କ୍ରୀଡ଼ାବିତ ଓ କଳାକାର ମାନଙ୍କୁ ପ୍ରେରଣା ଓ ପ୍ରୋତ୍ସାହନ କରିବା ପାଇଁ ପାରାଦୀପ ବନ୍ଦର ଗୋପବନ୍ଧୁ କ୍ରୀଡା ସଂସଦ ପକ୍ଷରୁ ବୃହତ ବନ୍ଦର ସାଂସ୍କୃତିକ, ଫୁଟବଲ, ସାହାଣୀ କପ, ଆନ୍ତଃ ବିଭାଗୀୟ ଓ କର୍ପୋରେଟ କ୍ରିକେଟ, ପାରାଦୀପ ହାଫ ମାରାଥନ, ଆନ୍ତଃ ବିଦ୍ୟାଳୟ କ୍ରିକେଟ, ଶିଶୁ କ୍ରୀଡା ଇତ୍ୟାଦି ପ୍ରତିଯୋଗିତା ସମେତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆୟୋଜିତ କରିଆସୁଛି l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *