ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ରଥଯାତ୍ରା ମହୋତ୍ସବ ସମାରୋହରେ ପାଳିତ

ପାରାଦୀପ – ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ଟାଉନସିପରେ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ମା’ଙ୍କ ବାର୍ଷିକ ଆଗମନକୁ ଭକ୍ତମାନେ ଉତ୍ସାହ ଓ ଆନନ୍ଦ ସହିତ ପାଳନ କରିଥିଲେ | ବାତାବରଣଟି ଭଜନ, ପାରମ୍ପରିକ ବାଦ୍ୟ ଯନ୍ତ୍ର ଏବଂ ସୁଗନ୍ଧିତ ଫୁଲର ସାଜସଜ୍ଜାରେ ପରିପୂର୍ଣ୍ଣ ହୋଇ ଆଧ୍ୟାତ୍ମିକତା ଏବଂ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା। ଉତ୍ସବ ଅତ୍ୟନ୍ତ ମନୋରମ ସହିତ ଆୟୋଜିତ କରାଯାଇଥିଲା। ଏହି ପବିତ୍ର ରଥଯାତ୍ରା ପାରାଦୀପ ରିଫାଇନରୀର ମନ୍ଦିରରୁ ଆରମ୍ଭ ହୋଇଥୁଲା, ଯାହାକି ରାସ୍ତାରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିଥିଲା | ଏକ ପାରମ୍ପାରିକ ମାର୍ଗ ଅନୁସରଣ କରି ସମସ୍ତ ଭକ୍ତମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ସହିତ ଆଶୀର୍ବାଦ ପ୍ରାପ୍ତ କରିଥିଲେ |
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ