December 3, 2025
Home » ମା’ ରାମଚଣ୍ଡୀ ମନ୍ଦିର କମିଟୀ ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

ମା’ ରାମଚଣ୍ଡୀ ମନ୍ଦିର କମିଟୀ ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

0
WhatsApp Image 2025-06-27 at 5.08.10 PM

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ଅନ୍ୟତମ ଶକ୍ତିପୀଠ ନିଳାଦ୍ରୀପୁରର ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ବିନ୍ଧ୍ୟବାସିନୀ ମା’ ରାମଚଣ୍ଡୀ ମନ୍ଦିର ର ସାମୁହିକ ଉନ୍ନୟନ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।
ପ୍ରକାଶ ଯୋଗ୍ୟ ଯେ’ ମା’ ରାମଚଣ୍ଡୀ ମନ୍ଦିର କମିଟୀ ତରଫରୁ ଗୁରୁବାର ବ୍ରହ୍ମପୁର ଠାରେ ପରିଚାଳନା କମିଟି ସମ୍ପାଦକ ଶ୍ରୀ ରବିନ୍ଦ୍ର କୁମାର୍ ପଣ୍ଡା ଙ୍କ ନେତୃତ୍ୱରେ ଗଞ୍ଜାମ ଗସ୍ତରେ ଆସିଥିବା ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ମା’ଙ୍କ ପଟ୍ଟଚିତ୍ର ସହ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ସୋନ୍ଦର୍ଯ୍ୟକରଣ ଭିତ୍ତିରେ ଆଦର୍ଶ ଉଦ୍ୟାନ ପାଇଁ ୩ ଏକର ଜମିରେ ଏକ ସ୍ୱତନ୍ତ୍ର ଫୁଲବଗିଚା ପାଇଁ ପ୍ରସ୍ତାବ ଦିଆଗଲା l ଏହାକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁମୋଦନ ଲାଭ କରିଥିବା ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଯାହାକି, ଯେଉଁ ବଗିଚା ଅବା ଉଦ୍ୟାନ ଗଠନ ହେଲେ ସାରା ଗଞ୍ଜାମ ଜିଲ୍ଲାର ସମସ୍ତ ଶକ୍ତିପୀଠ ଓ ଶୈବ ପୀଠକୁ ଆବଶ୍ୟକ ଫୁଲ, ବେଲପତ୍ର ଓ ତୁଳସୀ ଇତ୍ୟାଦି ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଯୋଗାଇ ଦିଆଯାଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଏ ସମ୍ପର୍କରେ ଉପ-ମୁଖ୍ୟମନ୍ତ୍ରୀ ଠାରେ ଆଲୋକପାତ କରାଯାଇଛି । ଏହି ସାକ୍ଷାତ ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଙ୍କ ପ୍ରତିନିଧି ଦିପ୍ତୀଶ ପଟ୍ଟନାୟକ, ରାଜେନ୍ଦ୍ର ପଲେଇ ପୂଜାକମୀଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ପୂଜାକମୀଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), କୁଞ୍ଜ ନାୟକ, ସୁଧୀର ମହାରଣା, ବଂଶୀଧର ନାୟକ, ଦଣ୍ଡପାଣି ମହାରଣା, ବରୁଣ ଚୌଧୁରୀ, ଉତ୍ତମ ନାୟକ ଉପସ୍ଥିତ ଥିଲେ l କମିଟୀ ର ପ୍ରସ୍ତାବ କୁ ସ୍ୱାଗତ କରିବା ସହ ଅତିଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ୱୀକୃତି ଜଣାଇଲେ ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *