July 1, 2025
Home » ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

0
WhatsApp Image 2025-06-26 at 3.43.39 PM

କଟକ: ନିଶାମୁକ୍ତ ସମାଜ ଗଠନ ଦିଗରେ ସମସ୍ତଙ୍କର ବିଶେଷକରି ଯୁବପିଢୀର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳା, ଛାତ୍ରଛାତ୍ରୀ, ଯୁବସମାଜଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ଏ ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ବିଶିଷ୍ଟ ବକ୍ତାମାନେ ଏହି ମତପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ବୈଠକରେ ଅଧ୍ୟକ୍ଷତା କରି ନିଶା ସାମାଜିକ, ଅର୍ଥନୈତିକ, ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି କରିଥାଏ ତେଣୁ ଦୃଢ ସଂଙ୍କଳ୍ପ ନେଇ ନିଶା ସେବନଠାରୁ ନିଜକୁ ଦୂରେଇ ରଖିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଭେଷଜ ବିଶେଷଜ୍ଞ ଡକ୍ଟର ଜୟନ୍ତ କୁମାର ପଣ୍ଡା ବିଭିନ୍ନ ପ୍ରକାରର ନିଶା ଓ ଡାକ୍ତରୀ ବିଦ୍ୟାରେ ଏହାର ପ୍ରୟୋଗ ଏବଂ ଶରୀର ଉପରେ ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । କଟକ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ନିଶା ସେବନ କରି କେହି କିଛି ଭଲ କାମ କରିବାର ନଜିର ନଥିବାରୁ ଏହି କୁଅଭ୍ୟାସଠାରୁ ଦୂରେଇ ରହିବା ପାଇଁ ମାନସିକ ସ୍ତରରେ ଦୃଢ ହେବାକୁ ଆହ୍ୱାନ ଦେଇଥ୍‌ôଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିôକାରୀ ଶ୍ରୀ ମନୋଜ ରଥ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ରଞ୍ଜନ କୁମାର ସିଂହ, ଅତରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ବାରିକ ପ୍ରମୁଖ ନିଶା ସେବନର ଅପକାରିତା ସମ୍ବନ୍ଧରେ ଦର୍ଶାଇଥିଲେ । ପରେ ପରେ ନିଶା କବଳରୁ ନିଜକୁ ମୁକ୍ତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବିଭିନ୍ନ ବ୍ୟକ୍ତିବିଶେଷ ସେମାନଙ୍କର ଅଙ୍ଗେନିଭା କାହାଣୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆଜି ସକାଳୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଦିବସ ପାଳନ ଉପଲକ୍ଷେ ବିଭିନ୍ନ ମହାବିଦ୍ୟାଳୟ ସ୍ତରରେ ସଚେତନତାମୂଳକ ବିଷୟବସ୍ତୁ ଉପରେ ଆଧାରିତ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *