ଜୟବିହାରୀ ସ୍ମୃତି ସାହିତ୍ୟ ସଂସଦ ର ସଭା ଓ ଭଜନ ସମାରୋହ ଅନୁଷ୍ଠିତ

ସୁବର୍ଣ୍ଣପୁର– ରବିବାର ଦିନ ଜୟବିହାରୀ ସ୍ମୃତି ସାହିତ୍ୟ ସଂସଦ, ସୋନପୁର ରେ ଏକ ପ୍ରାରମ୍ଭିକ ସଭା ଗୁଗୁଲ୍ ମୀଟ୍ ମାଧ୍ୟମରେ ଆରମ୍ଭ ହୋଇଅଛି । ଏହି ସଭାର ପ୍ରତିଷ୍ଠାତା ସଭାପତି ସୁଧିର କୁମାର ମିଶ୍ର, ସଂପାଦିକା ଗୀତାଞ୍ଜଳୀ ମିଶ୍ର,ସଭାର ସଭ। ପତି ଅଶୋକ କୁମାର ମିଶ୍ର, ଅତିଥି ଦିଲୀପ କୁମାର ମିଶ୍ର , ଅନ୍ୟତମ ଅତିଥି ଲୋକନାଥ ଦଳବେହେରା ଯୋଗ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।
ଅର୍ପିତା ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଅଶୋକ ମିଶ୍ର ଙ୍କ ସମେତ ସ୍ବର୍ଗତ ଜୟବିହାରୀ ଙ୍କ ଅନ୍ୟ ତିନିପୁତ୍ର ରାମଚନ୍ଦ୍ର ମିଶ୍ର , ହିମାଂଶୁ ମିଶ୍ର, ଯତୀନ୍ଦ୍ର ମିଶ୍ର ପିତାଙ୍କ କାବ୍ୟିକ ଯାତ୍ରାକୁ ବର୍ଣ୍ଣନା କରିଥିଲେ । ଏହି ସଭା କୁ ସହ ସଂପାଦିକା ତୃପ୍ତିମୟୀ ତ୍ରିପାଠୀ ସଂଯୋଜନା କରିଥିଲେ । ସ୍ୱପ୍ନା ଶର୍ମିଷ୍ଟ। ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ରେ ବିଭିନ୍ନ ଜିଲ୍ଲାରୁ କବି ମାନେ ଯୋଗ ଦେଇ ସ୍ବରଚିତ ଭଜନ ପାଠ କରିଥିଲେ । ସେମାନେ ହେଲେ ଜୟଶ୍ରୀ ପଣ୍ଡା, ଜ୍ୟୋତିର୍ମୟୀ ତ୍ରିପାଠୀ, ସତ୍ୟନାରାୟଣ ମିଶ୍ର , ସଂଜୀବ ସେଠୀ, ରଶ୍ମିତା ସା,ଆହ୍ଲାଦିନୀ ପାଣିଗ୍ରାହୀ ,ସ୍ଵର୍ଣ୍ଣପ୍ରଭା ମହାପାତ୍ର , କବିତା ମିଶ୍ର,ସରସ୍ବତୀ ମିଶ୍ର, କବିତା ଦେବତା, ବଂଶୀଧର ଦାନୀ, ଲିଲି ଦଣ୍ଡସେନା , ନିରୁପମା ମିଶ୍ର,ଲକି ପାତ୍ର,ସୁଷମା ହୋତା , ମନ୍ଦାକିନୀ ପାଢୀ, ବିକାଶ ଦଣ୍ଡସେନା ,ଜୀବରାମ ଦଣ୍ଡସେନା , ଟୁପେଶ୍ ତ୍ରିପାଠୀ, ଯମୁନା ମହାପାତ୍ର ,କୃଷ୍ଣଚନ୍ଦ୍ର ମହାପାତ୍ର ସୌଭାଗ୍ୟ ଦାଶ ଇତ୍ୟାଦି । ଶେଷରେ ପ୍ରତିଷ୍ଠାତା ସଭାପତି ସୁଧିର କୁମାର ମିଶ୍ର ସଭା ସାଂଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…