ସୋନପୁର ରଥ ଯାତ୍ରା ରେ ଅଘଟଣ, ଜଣେ ଆହତ, ଦାୟୀ କିଏ?

ସୁବର୍ଣ୍ଣପୁର: କାଳିଆ ଠାକୁର ବାଟ ଘାଟ ରେ ଘର ଦ୍ୱାର ରେ ବାଡେଇ ହୋଇ ନାଟ ଲଗାଇ ମାଉସୀ ମନ୍ଦିର କୁ ଗଲେ l ଶ୍ରୀ ଗୁଣ୍ଡିଚା ରଥ ଯାତ୍ରା ରେ ରଥ ଟଣା ବେଳେ ଶନିବାର ଦିନ ସୋନପୁର ବଡ ଦାଣ୍ଡ ରେ ଅଘଟଣ ଘଟିଛି l ବଳଭଦ୍ର ଓ ଶୁଭଦ୍ରା ମହାପ୍ରଭୁ ଙ୍କ ରଥ ଶାନ୍ତି ଶୃଙ୍ଖଳା ରେ ଗଡି ଥିବା ବେଳେ ଶ୍ରୀ ଜଗନ୍ନାଥ କାଳିଆ ଠାକୁର ଙ୍କ ରଥ ଟଣା ବେଳେ ବଡ ଦାଣ୍ଡ ରେ ମଝିପଦା ଠାରେ ଏକ ଅଘଟଣ ଘଟିଛି l କାଳିଆ ରଥ ଓମ୍ ଶାନ୍ତି ଫେଶନ ସମ୍ମୁଖରେ ଏକ ଦୋକାନ ଛାତ ରେ ବାଡେଇ ହୋଇ ଥିବା ବେଳେ ପାଖରେ ଥିବା ଜଣେ ଭକ୍ତ ଙ୍କ ମୁଣ୍ତ ଫାଟି ରକ୍ତ ସ୍ରାବ ହୋଇଥିଲା l ପୋଲିସ ଏସ ଡି ପି ଓ ନିଜେ ତାଙ୍କ ଗାଡ଼ିରେ ଆହତ ଙ୍କୁ ମେଡିକାଲ କୁ ନେଇ ଚିକିତ୍ସା କରିଥିବା ଜଣା ଯାଇଛି l ଶନିବାର ଦିନ ରଥ ଟଣା ପୁର୍ବ ରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ବ୍ୟବସ୍ଥା ହୋଇ ନ ଥିବା ଓ ଆହତ ଙ୍କ ଚିକିତ୍ସା ପାଇଁ ଜରୁରୀ କାଳୀନ ସେବା ରେ ଆମ୍ବୁଲାନ୍ସ ବ୍ୟବସ୍ଥା ନ ଥିବା ଯୋଗୁଁ ଏ ଅଘଟଣ ଘଟିଥିବା ଜଣା ଯାଇଛି l କେବଳ ବଡ ରଥ ରେ ନୁହେଁ ଆଜି ଶ୍ରୀ ଦାଧିବାମନ ଙ୍କ ରଥ ଟଣା ବେଳେ ମଧ୍ଯ କସ୍ତୁରୀ ହୋଟେଲ୍ ସମ୍ମୁଖ ରେ କିଛି ଲାଇନ୍ ତାର ଲାଗି ରଥ ର କଳସ ତଳେ ପଡ଼ି ଯାଇଛି l ଅଳ୍ପକେ ଜଣେ ଭକ୍ତ ର ଜୀବନ ବଞ୍ଚି ଯାଇଥିବା ଖବର ମିଳିଛି l ପୋଲିସ ପ୍ରଶାସନ, ଦେବୋତ୍ତର ବିଭାଗ ର ଆଜିର ଅବ୍ୟବସ୍ଥା ଯୋଗୁଁ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଶନିବାର ଦିନ ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ର ତାଳ ମେଳ ଅଭାବ ହୋଇ ଥିବାରୁ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ଓ ଆମ୍ବୁଲାନ୍ସ ଗାଡ଼ି ର ବ୍ୟବସ୍ଥା ହୋଇ ନ ଥିବା ଗଣ ମାଧ୍ୟମ କୁ ସୁଚନା ମିଳିଛି ଓ ପୋଲିସ ର ବଡ ବଡ ଅଧିକାରୀ ଓ ଦେବୋତ୍ତର ଅଧିକାରୀ ମାନେ ଏ ସି ଗାଡି ରେ ନ ବସି ଭକ୍ତ ଙ୍କ ଗହଣ ରେ ପାଦ ରେ ଚାଲି କି ଯିବାକୁ ଓ ରଥ ଟଣା ରେ ଅଘଟଣ ପୂର୍ବରୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିବାକୁ ଭକ୍ତ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି l
ରିପୋର୍ଟ– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର