କାର ସହ 50 କେଜି ଗଞ୍ଜେଇ ସହ ବନ୍ଧୁକ ଜବତ,2 ଗିରଫ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଓ ବିନିକା ଅବକାରୀ ବିଭାଗ ର ମିଳିତ ଚଢ଼ାଉ ରେ ପିସ୍ତଲ ( ବନ୍ଧୁକ ) ସହ 50 କେଜି ଗଂଜେଇ ଓ ଏକ କାର କୁ ଜବତ୍ କରାଯାଇଥିବା ବେଳେ ୨ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ର ଜିଲ୍ଲା ମୋବାଇଲ ୟୁନିଟ ଓ ସଦର ରେଞ୍ଜ ବିନିକା ଙ୍କ ମିଳିତ ଚଢ଼ାଉ ରେ ବିନିକା ଥାନାର ମହାଦେବପାଲି ଛକ ନିକଟ ରେ ଏକ କାରକୁ ସଂନ୍ଦେହେ ରେ ଅଟକାଇଥିଲେ । କାର କୁ ଯାଞ୍ଚ ବେଳେ ଏକ ପିସ୍ତଲ (ବନ୍ଧୁକ) ଓ 6 ରାଉଣ୍ଡ ଗୁଳି ସହ କାର ରୁ 50 କେଜି ଗଞ୍ଜେଇ ଜବତ କରିଥିଲେ l ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି l
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବୌଦ୍ଧ ଜିଲ୍ଲା ମକୁନ୍ଦପୁର ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ଓ ଅରବିନ୍ଦ ଦେହୁରୀ l ଗଞ୍ଜେଇ ଚାଲାଣ ହେଉଥିବା କାର ନମ୍ବର OD -15 E 8978 କୁ ମଧ୍ୟ ଜବତ କରାଯାଇଛି l କାର ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରବିନିକା ଏବଂ ସୋନପୁର ଅବକାରୀ ଟିମ ମିଳିତ ଭାବରେ ଚଢ଼ାଉ କରିଥିଲେ l ଯାଞ୍ଚ ବେଳେ କାର ରୁ ଗଞ୍ଜେଇ ବାହାରିଥିଲା l ଏ ନେଇ ବିନିକା ଅବକାରୀ ବିଭାଗ ଏକ ମାମଲା ରୁଜୁକରି ଗତକାଲି ଅପରାହ୍ନ ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି ଚଢ଼ାଉରେ ଇନ୍ସପେକ୍ଟର ପ୍ରକାଶ କୁମାର ସା, ମୋବାଇଲ ଇନ୍ସପେକ୍ଟର ହରପ୍ରକାଶ ରଣା, ବିନିକା ଅବକାରୀ ଅଧିକାରୀ ବଲବୀର ଗଡ଼ନାୟକ, ସୋନପୁର ସଦର ଓ ଆଇ ସି , ଏ ଏସ ଆଇ ଡୋଳାମଣୀ ପ୍ରଧାନ, ପୃଥ୍ୱୀରାଜ କହଁର, ପିଣ୍ଟୁ ସାହୁ, ଭାଗ୍ୟବାନ କୁମ୍ଭାର, ସୀତାରାମ ପ୍ରଧାନ, ଗୋପାଳ ଝାଙ୍କର, ଆକାଶ ସାହୁ, ରିଙ୍କି ସେଠ ଓ ପ୍ରଭାତ ସାହୁ ପ୍ରମୁଖ ସାମିଲ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର