November 13, 2025
Home » ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବ୍ ଆନୁକୂଲ୍ୟରେ ଜାତୀୟ ଡାକ୍ତର ଦିବସ ପାଳନ

ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବ୍ ଆନୁକୂଲ୍ୟରେ ଜାତୀୟ ଡାକ୍ତର ଦିବସ ପାଳନ

0
WhatsApp Image 2025-07-02 at 12.06.06 PM

ବ୍ରହ୍ମପୁର : ବ୍ରହ୍ମପୁରର ଅଗ୍ରଗାମୀ ସ୍ବେଛାସେବୀ ସଂଗଠନ ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବ୍ ଆନୁକୂଲ୍ୟରେ ଜାତୀୟ ଡାକ୍ତର ଦିବସ ଗାନ୍ଧୀ ମାର୍କେଟସ୍ଥିତ ନିଜ କାର୍ଯ୍ୟାଳୟ ସ୍ନେହମ୍ ଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସଭାପତି ଏମ୍.ବିଦ୍ୟାସଗର ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଅଧ୍ୟକ୍ଷ କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି ଓ ସମ୍ପାଦକ ସତ୍ୟକାମ୍ ପାତ୍ର ପରିଚାଳନା କରିଥିଲେ।

କ୍ଲବର ପୂର୍ବତନ ସଭାପତି ଏସ.ଦୁର୍ଗା ପ୍ରସାଦ, ଏ.ରଘୁନାଥମ , ଡ. ଟି.ପ୍ରକାଶ ରାଓ ସଂଯୋଜନା କରିଥିଲେ। ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବର ପରାମର୍ଶଦାତା ଡ.ଟି.ପ୍ରକାଶ ରାଓ,ଡକ୍ଟର ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଇ କହିଥିଲେ ଯେ ଡାକ୍ତର ସବୁବେଳେ ନିଃସ୍ୱାର୍ଥପର ହୋଇ ଚିକିତ୍ସା କରିବା ଦରକାର। ଆମ ଏହି ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବରେ ବହୁ ଡାକ୍ତର ବନ୍ଧୁ ଅଛନ୍ତି ସେମାନେ ରୋଗୀସେବା ପାଇଁ ଧନ୍ୟବାଦର ପାତ୍ର। ଡ.ପି.ସୁବର୍ଣା ଦେବୀ ,ଏମ୍.ଏସ.ପ୍ରସାଦ, ଡ. ଜମ୍ମୁଲା ନାରାୟଣ ରାଓ, ଡ. ଇ.ପଦ୍ମନାଭ ରାଓ, ଡ.ଚକ୍ରଧର ରାଜୁ, ଡ.ଇ.କିରଣ କୁମାର , ଡ.ଇ.ନାରାୟଣ ରାଓ, ଡ. ଜେ.ଭରତୁଡୁ, କେ.ସେସ୍କର ରାଓ, ଡ.ଏସ.ପି.ବେହେରା, ୟୁ.ଏସ. ମୂର୍ତି, y.ସୂର୍ଯ୍ୟକିରଣ , ପି.ମୋହନ ରାଓ ସୁବୁଦ୍ଧି, ଏ.ଭେଙ୍କଟ କ୍ରିଷ୍ଣା, ଶ୍ୱେତା ପାତ୍ର ଡ.ଜେ.ସୋମେଶ୍ୱର ରାଓ, ଜେ.ବାଣୀଶ୍ରୀ, ଡ.ବି.ନଗେଶ୍ୱର ରାଓ ସୁବୁଦ୍ଧି , ଜେ.ଜେ.ସ୍ୱାମୀଙ୍କ ଉପସ୍ଥିତିରେ ନିଶୁଳ୍କ ଚିକିତ୍ସା ଓ ବୟସ୍କ ମାନଙ୍କ ଚିକିତ୍ସା ପାଇଁ ପ୍ରତିମାସ ଜେରିଆ ଟ୍ରିକ , ଶିବିରରେ ଉପସ୍ଥିତରହି ସେମାନଙ୍କ ଚିକିତ୍ସା ସହ ସୁସ୍ଥ ରହିବାର ବାର୍ତ୍ତା ଦେବା ପ୍ରାଣୀଧାନ ଯୋଗ୍ୟ। ସମସ୍ତ ଡ଼ାକ୍ତର ବନ୍ଧୁଙ୍କୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଛି। ସେହିପରି ମାତୃ ଓ ଶିଶୁମଙ୍ଗଳ କେନ୍ଦ୍ରର ମୁଖ୍ୟ ଡ଼.ଇ.ଜୟନ୍ତୀ ରାଓ ଓ ମୃତ୍ୟୁପରେ ଶରୀର ଦାନ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଏମ,କେ,ସି,ଜି ମେଡିକାଲ କଲେଜର ଆନାଟମି ବିଭାଗର ମୁଖ୍ୟ ଡ଼.ଜାମି ସାଗର ପୃଷ୍ଠିଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଚକ୍ଷୁଦାନ କାର୍ଯ୍ୟକ୍ରମରେ ବଡ ଡାକ୍ତର ଖାନାର ଚକ୍ଷୁବିଭାଗର ସମ୍ପୂର୍ଣ ସହଯୋଗ ପାଇଁ ଚକ୍ଷୁବିଭାଗର ମୁଖ୍ୟ ସବିତା ଦେବୀ, ଡ.ମନିଶ, ଡ.ବିବେକ, ଡ.ସାକ୍ଷୀ, ଡ.ରବୀନ୍ଦ୍ର, ସ୍ମୃତି ଦେବଙ୍ଗନ, ପି.ସ୍ୱାତୀ କିରଣ, ଡ.ବିବେକାନନ୍ଦ ସାହୁ, ଡ.ମନିଶ ଓରାମ, ଡ.ସୌମ୍ୟଶ୍ରୀ ପ୍ରିୟ ଦର୍ଶିନୀ ଓ ରୁବି ହସ୍ପିଟାଲର ଡ.ଶ୍ୱେତା, ଡ.ପ୍ରବୀଣ କୁମାର ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି।ଜିଲ୍ଲା ଭେକ୍ସିନ ମେନେଜେର ସ୍ମୃତି ବର୍ଦ୍ଧନ ଦାସ, ଯୋଗଦେଇ ଥିଲେ। କ୍ଲବର ଇ.ରଘୁନାଥମ, ବି.ପ୍ରବୀଣ କୁମାର,ଏନ.ଅନୀଲ ଚୌଧୁରୀ, କେ.ନାଂଦେଷୁ ସେନାପତି, ଏ, ଏସ, ଏନ୍, ଗୁପ୍ତା,ଇ,.ଜଗଡ଼ିଶ୍ୱର ରାଓ, ଜମ୍ମୁଲା ସୁରେଶ , ଭି, ଭି ରାଜୁ, କେ.ମୁରଲୀ ସୁନ୍ଦର, ଇ.ଡି.ପାତ୍ର, ମନୋଜ କୁମାର ପାଢୀ , ଜେ.ସତ୍ୟନାରାୟଣ, କେ.ଗୋପାଳ କ୍ରିଷ୍ଣା, ହରେକୃଷ୍ଣ ପାଣିଗ୍ରାହୀ ଓ ବହୁ ସଭ୍ୟା,ସଭ୍ୟ ଯୋଗଦେଇ ସହଯୋଗ କରିଥିଲl

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *