July 4, 2025
Home » ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଅବସର ବିଦାୟ ଉତ୍ସବ ପାଳିତ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କୁ ଅବସର ବିଦାୟ ଉତ୍ସବ ପାଳିତ

0
WhatsApp Image 2025-07-02 at 7.47.57 AM

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଦାୟ କାଳିନ ସ୍ମୃତି ଚରଣ ସଭା ଉଭୟ କାର୍ଯ୍ୟ।ଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ ଏବଂ ଅପରାହ୍ନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟ।ଳୟରେ ଅନୁଷ୍ଠିତ ଉଭୟ ସଭାରେ କର୍ମଚାରୀଗଣ ଶ୍ରୀ ବେହେରାଙ୍କ କାର୍ଯ୍ୟ ଦକ୍ଷତା ,କୁଶଳତା ଏବଂ କର୍ମଚାରୀ ମାନଙ୍କ ସହଯୋଗ ମନୋବୃତ୍ତିକୁ ପ୍ରଶଂସା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିବା ଦିନ ଠାରୁ ସମସ୍ତ ଗଣ ମାଧ୍ୟମକୁ ଜିଲା ପ୍ରଶାସନର ଖବର ଦେବା ସହିତ ଜନ ହିତକର ଯୋଜନା ଗୁଡିକ କିଭଳି ଜନ ସାଧାରଣ ଅବଗତ ହେବେ ସେଥି ସକାଶେ ଗଣ ମାଧ୍ୟମରେ ଉପଯୋଗ କାର୍ଯ୍ୟ କୁଶଳତା ,ସମସ୍ତ ବିଭାଗ ସହିତ ସୁସମ୍ପର୍କ ସ୍ଥାପନ କରି ଉତ୍ସବ ଗୁଡିକର ସଫଳତା ଦିଗରେ ନିଜର ପ୍ରଚେଷ୍ଟା ଜାରି ରଖିଥିଲେଟହ ପ୍ରଶଂସନୀୟ ବୋଲି କର୍ମଚାରୀ ମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟ।ଳୟର ଉନ୍ନତି ଆଣି ତାର ସୁପରିଚାଳନ ହୋଇଥିବା ଅବଗତ ହୋଇଥିଲା ।ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରି ଜିଲ୍ଲାର କଳାକାର ,କଳାର ଉନ୍ନତି, ପାଠାଗାର ଯୁବ ପାଠକ ମାନଙ୍କର ସମସ୍ତ ସୁବିଧା ଦିଗରେ ଶ୍ରୀ ବେହେରାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ଶ୍ରୀ ବେହେରା ଏକାଧାରାରେ ନାଟ୍ୟକାର, ସୁଲେଖକ ଓ ଜଣେ କଳାକାର ଭାବେ ଗଞ୍ଜାମ ଜିଲ୍ଲାରେ ଜଣାଶୁଣା ଥିଲେ । ଆଜିଠାରୁ ଗଞ୍ଜାମ ଜିଲ୍ଲାର ଭରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀମତୀ ରଶ୍ମିରାଣୀ ନିମାକା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଙ୍କୁ ମଧ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ସମସ୍ତ କର୍ମଚାରୀଗଣ ଉପସ୍ଥିତ ରହି ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *