ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରାଦ୍ୱୀପ/କୁଜଙ୍ଗ – କୁଜଙ୍ଗ ବନଖଣ୍ଡ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନର ସପ୍ତାହବ୍ୟାପି ବନ ମହୋତ୍ସବ ଉପଲକ୍ଷେ ଏରସମା ବ୍ଲକ ଅନ୍ତର୍ଗତ ଇରିବୀଣା ଗ୍ରାମ ଠାରେ ପ୍ରାରମ୍ଭିକ ଭାବେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନାରାୟଣ ବୀରବର ସାମନ୍ତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଶାନ୍ତ ଶେଖର ସ୍ୱାଇଁ, ଜପା ପଞ୍ଚାୟତ ସରପଞ୍ଚ ବିଦ୍ୟୁଲତା ରାଉତ,ସମାଜସେବୀ ସନ୍ତୋଷ ଦାଶ,ସରପଞ୍ଚ ପ୍ରତିନିଧି ନିଶାକର ରାଉତ,ଇରିବୀଣା ବନ କମିଟି ସଭ୍ୟ ରମେଶ ପୁହାଣ, ଧ୍ରୁବ ସ୍ୱାଇଁ, ନିତ୍ୟାନନ୍ଦ ମଲ୍ଲିକ ଓ ଗ୍ରାମବାସୀ ରଞ୍ଜନ ସ୍ୱାଇଁ,ପ୍ରଦୀପ୍ ପୁହାଣ,ଶୁଭନାରାୟଣ ସ୍ୱାଇଁ, ଉତ୍ତମ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କୁଜଙ୍ଗ ପାରାଦ୍ୱୀପ ଅଞ୍ଚଳର ପ୍ରଦୂଷିତ ଜଳ-ବାୟୁକୁ ସୁଧାର ନିମିତ୍ତ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ଅଛିବୋଲି ଟ୍ରଷ୍ଟର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ସ୍ୱାଇଁ ସରକାରଙ୍କ ଠାରେ ଦାବୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବନ କର୍ମଚାରୀ ପଦ୍ମନାଭ ରାଉତ, ବାବୁଲି ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ