ଧର୍ମଗଡ ଜ୍ଞାନ ବିକାଶ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଜ୍ଞାନ ବିକାଶ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି।ବିଦ୍ୟାଳୟ ର ନିର୍ଦେଶକ ଜ୍ଞାନ ରଞ୍ଜନ ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସାମ୍ବାଦିକ ଅଂଶୁମାନ ପାତ୍ର ଯୋଗ ଦେଇ ଆଜି ଜଙ୍ଗଲ ନଷ୍ଟ ଯୋଗୁଁ ପରିବେଶ ଉପରେ ତାର ପ୍ରଭାବ ପଡୁଛି ତେଣୁ ଆମେ ସମସ୍ତେ ମିଶି ଗଛ ଲଗାଇବା ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।ସେହିପରି ବିଦ୍ୟାଳୟ ର ଅଧକ୍ଷ ଜ୍ଞାନ ରଞ୍ଜନ ନାଏକ କେବଳ ଗଛ ରୋପଣ କଲେ ହେବ ନାହିଁ ଆମେ ବୃକ୍ଷ ରୋପଣ କରିବା ସହ ଏହାର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ମମତା ନାଏକ, ଶିକ୍ଷୟତ୍ରୀ ଗଙ୍ଗା ଠାକୁର, ସ୍ମୃତି ରେଖା ପାତ୍ର, ଶୁଭଶ୍ରୀ ନାୟକ, ଜାଗୃତି ରାଉତ, ପଞ୍ଚୁ ତାଣ୍ଡି, ସଲୋନୀ ଠାକୁର, ତିଲୋତ୍ତୋମା ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ଅଭିଭାବକ ମଧ୍ୟ ଯୋଗ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ