July 5, 2025
Home » ଅକ୍ଷ ନେଗୀ ଏବେ କେଉଁଠି ? ଅପହ୍ରୁତ ନା ମୃତ ?

ଅକ୍ଷ ନେଗୀ ଏବେ କେଉଁଠି ? ଅପହ୍ରୁତ ନା ମୃତ ?

0
WhatsApp Image 2025-07-05 at 12.26.31 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମହଦା ଗ୍ରା.ପ.ର ଝାରପଡା ଗ୍ରାମରୁ ଦୁଇଦିନ ତଳେ ରାତ୍ରି ୧ ଘଣ୍ଟା ସମୟରେ ବେସରକାରୀ ବୋଲେରୋ ରେ ପୋଲିସ୍ ପୋଷାକ ପିନ୍ଧି କିଛି ଲୋକ ଝାରପଡା ଗ୍ରାମରୁ ଅକ୍ଷ ନେଗୀ ନାମକ୍ ଏକ ଯୁବକକୁ ଧମକ ଦେଇ ସାଙ୍ଗେ ନେଇଥିଲେ। ଆଜି ପର୍ଯ୍ୟନ୍ତ ତାର ପତ୍ତା ମିଳିନାହିଁ ବୋଲି ତାର ବାପା ଗଙ୍ଗା ନେଗୀ ବୀରମହାରାଜପୁର ଥାନାରେ ଏତଲା ଦାଖଲ କରିଛନ୍ତି । ଯଦି ପୋଲିସ୍ ନେଇଥାଏ ତେବେ ପରିବାରବର୍ଗଙ୍କୁ ନଜଣେଇ କିଭଳି ନେବ ? ଏ ବିଷୟରେ ଜାଣିନଥିବା ପାରିବାର ଲୋକ ଙ୍କୁ ବୀରମହାରାଜପୁର, ସୋନପୁର, ପୁଇନ୍ତଲା, ବଳାଙ୍ଗିର୍ ଟାଉନ୍ ଓ ବଲାଙ୍ଗିର୍ ସଦର ପୋଲିସ୍ ପ୍ରସାସନ କହିଛନ୍ତି । ଏପଟ ସେପଟ ଦୌଡ଼ି ଦୌଡ଼ି ନିରାଶ ହୋଇ ପରିବାରବର୍ଗ ଶେଷ ରେ କୌଣସି ଉପାୟ ନ ପାଇ ବୀରମହାରାଜପୁର ଥାନାରେ FIR ଦାଖଲ କରିଛନ୍ତି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *