July 16, 2025
Home » ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

0
WhatsApp Image 2025-07-08 at 10.43.51 PM

ଭୁବନେଶ୍ୱର: ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ, ଯୋଗାଯୋଗ ଏବଂ ପ୍ରଚାର ବିଭାଗର ନୂତନ ଅଧ୍ୟକ୍ଷ ଭାବରେ ଶ୍ରୀ ଅରବିନ୍ଦ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ.ସି. ଭେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ଯ, କଲେଜ ଜୀବନରେ ଛାତ୍ରନେତା ଥିବା ଶ୍ରୀ ଦାସ ବଲାଙ୍ଗୀର ରାଜେନ୍ଦ୍ର କଲେଜ ଛାତ୍ରସଂସଦର ସାଧାରଣ ସଂପାଦକ ନିର୍ବାଚିତ ହୋଇଥିଲେ। ୧୯୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ କୃତିତ୍ବର ସହ ଏମ୍ଏ ପାସ କରିବା ପରେ ରାଜେନ୍ଦ୍ର କଲେଜରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଅଧ୍ୟାପନା କରିଥିଲେ। ପରବର୍ତ୍ତୀ ସମୟରେ ‘ସମ୍ବାଦ’ର ବିଭିନ୍ନ ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ଉକ୍ତ କାଗଜର ବାର୍ତ୍ତା ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ଗତ ମାସରେ କଂଗ୍ରେସ ଦଳରେ ଯୋଗଦେବା ପୂର୍ବରୁ ସେ କିଛିକାଳ ‘ଆମ ଓଡିଶା’ ସଂଗଠନର ସାଧାରଣ ସମ୍ପାଦକ ଓ ସୋମାକ୍ ସାମ୍ବାଦିକତା ଅନୁଷ୍ଠାନର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ। ସେ ମଧ୍ୟ ଏକାଧାରରେ ଜଣେ ସୁବକ୍ତା, ସ୍ତମ୍ଭକାର, ଭାଷ୍ୟକାର, କ୍ରୀଡାବିତ ଓ କ୍ରୀଡା ସଂଗଠକ ଅଟନ୍ତି।

ଏହି ନିଯୁକ୍ତି ପାଇଁ ଏଆଇସିସି ସଭାପତି ଶ୍ରୀ ଖଡଗେ ,ଲୋକସଭା ବିରୋଧୀଦଳ ନେତା ଶ୍ରୀଯୁକ୍ତ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲ ପ୍ରମୁଖଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଅଖିଳ ଭାରତ କଂଗ୍ରେସ କମଟିର ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ ଓ ମହିଳାମାନଙ୍କ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତାକୁ ଅନୁସରଣ କରି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଓଡ଼ିଶାରେ ଗଣମାଧ୍ୟମ, ଯୋଗାଯୋଗ ଏବଂ ପ୍ରଚାର ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *