ଲାପଟପ ପାଇବାରୁ ଛାତ୍ର ବଞ୍ଚିତ
l ସୁବର୍ଣ୍ଣପୁର —-ବୌଦ୍ଧ ଜିଲ୍ଲା କଣ୍ଟାମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ର ମେଧାବୀ ବିଜ୍ଞାନ ଛାତ୍ର ଅଜିତ ମହାନନ୍ଦ (ଚାରଭାଟି) ” ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ” ରୁ ଲାପଟପ୍ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ତାଲିକା ରୁ ବଞ୍ଚିତ ହୋଇଛନ୍ତି । ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାକୁ ଗତ ଦୁଇ ଦିନ କଣ୍ଟାମାଳ କଳେଜ୍ ର ଅଧ୍ୟକ୍ଷ ଏବଂ ବିଭିନ୍ନ କର୍ମଚାରୀଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବା ପରେ ନିରୁତ୍ସାହିତ ହୋଇ ଶେଷରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ଲମ୍ବସରୀ ପଞ୍ଚାୟତ କମିଟି ସଂପାଦକ ତଥା ଯୁବ ସମାଜସେବୀ ଶ୍ରୀମାନ ମୋନିତ୍ ଭୋଇନା (ମାର୍ଡୋଲ) କୁ ଜଣେଇଥିଲେ । ଆଜି ସକାଳେ ଶ୍ରୀ ଭୋଇନା ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ଏବଂ ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ (AOSCO) ର କାର୍ଯ୍ୟକାରୀ ସଭାପତି ତଥା ଭାରପ୍ରାପ୍ତ ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେଧାବୀ ଛାତ୍ର ଶ୍ରୀ ମହାନନ୍ଦ ଙ୍କ ସହିତ ଓଡ଼ିଶାର ଅସ୍ପୃଶ୍ୟ ସମାଜ ର ସମସ୍ତ ମେଧାବୀ ଏହି ଯୋଜନାରେ ଯୋଗ୍ୟପ୍ରାର୍ଥୀ ହୋଇଥିଲେ ମଧ୍ୟ ଏଠାରେ ଜାତିବାଦୀ ମାନସିକତାର ଶିକାର ହେବା ଦେଖିବାକୁ ମିଳୁଛି l ଏଣୁ ଆମକୁ ଆଘାତ ଦେଇଛି l ତେଣୁ ଏ ବିଷୟରେ ପ୍ରଥମେ କଣ୍ଟାମାଳ କଲେଜ ଅଧ୍ୟକ୍ଷ ଶ୍ରୀ ବସନ୍ତ ପଟ୍ଟନାୟକ , ଦ୍ଵିତୀୟରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ଶ୍ରୀ ନିରଞ୍ଜନ ବାଘ ଏବଂ ତୃତୀୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ରାୟ ଙ୍କ ସହିତ ମୋବାଇଲ ଦ୍ୱାରା ଶ୍ରୀ ଡାଙ୍ଗ ଯୋଗାଯୋଗ କରିବା ପରେ ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ । ଯୁବ ସମାଜସେବୀ ଶ୍ରୀ ଡାଙ୍ଗଙ୍କ ନେତୃତ୍ବରେ ଆଜି ମଧ୍ୟାହ୍ନ ରେ ମେଧାବୀ ଛାତ୍ର ଙ୍କୁ ନେଇ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ ଙ୍କୁ ସାକ୍ଷାତ କରି ଆଲୋଚନା କରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଓ ଯୁଗ୍ମ ସଚିବଙ୍କ ସହିତ ଯୋଗାଯୋଗ କରି ଆମକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ଡୁଇ ଜଣ ବରିଷ୍ଠ ଅଧିକାରୀ ଙ୍କ ସହିତ ମୋବାଇଲ ଯୋଗେ ଆଲୋଚନା କରି କରିଥିଲେ । ଶେଷରେ ଆଜି ଅପରାହ୍ନରେ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମେଧାବୀ ଛାତ୍ର ଶ୍ରୀ ମହାନନ୍ଦ ଙ୍କୁ ନେଇ ଏକ ଲିଖିତ ଦାବୀ ପତ୍ର ବୌଦ୍ଧ ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରଦାନ କରିବା ସହିତ ଦୀର୍ଘ ସମୟ ଆଲୋଚନା କରିବା ପରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମିଶ୍ର ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯୋଗ୍ୟତା ହାସଲ ର ଆଶୁ ସମାଧାନ କରାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀ ରେ କଣ୍ଟାମାଳ ବ୍ଲକ ର ଯୁବ ସମାଜସେବୀ ସଞ୍ଜୀବ ଭୋଇନା ,ଅଗସ୍ତି ମହାନନ୍ଦ , ପ୍ରଦୀପ ତାଣ୍ଡିଆ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ଅସ୍ପୃଶ୍ୟ ସମାଜ ର ସମସ୍ତ ବଞ୍ଚିତ ମେଧାବୀ ଛାତ୍ର / ଛାତ୍ରୀ ନିଜ ନିଜର ଅଧ୍ୟକ୍ଷ ଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ୱେବ ସାଇଟ ଆଇଡି ମାଧ୍ୟମରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରିବାକୁ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ଏଵଂ ନିଖିଳ ଓଡ଼ିଶା ଅନୁସୂଚିତ ଜାତି ସଂଗଠନ (AOSCO) ପକ୍ଷରୁ ଅନୁରୋଧ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
