July 16, 2025
Home » ଲୋକପ୍ରିୟ ଡାକ୍ତର ମଳୟ ବେହେରା ଙ୍କ ପରଲୋକ

ଲୋକପ୍ରିୟ ଡାକ୍ତର ମଳୟ ବେହେରା ଙ୍କ ପରଲୋକ

0
WhatsApp Image 2025-07-09 at 12.09.53 PM

କଳାହାଣ୍ଡି ଜିଲ୍ଲାର ସୁନାମ ଧନ୍ୟ ଡାକ୍ତର ମଳୟ ବେହେରାଙ୍କ ବୁଧବାର ପ୍ରତ୍ୟୁଷରେ ଭବାନୀପାଟଣା ସ୍ଥିତ ମହାବୀରପଡା ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କ ଜନିତ ରୋଗ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ସ୍ବର୍ଗତ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ହୋଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପୋଲିସ କମିଶନର ହୋଇଥିବା ବିନୟ ବେହେରାଙ୍କ ବଡ଼ ଭାଇ ଅଟନ୍ତି। ଡାକ୍ତର ବେହେରା କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରି (ସିଡ଼ିଏମଓ) ରହିବା ସହ ପଦୋନ୍ନତି ହୋଇ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମଧ୍ୟ ରହିଥିଲେ। ସ୍ବର୍ଗତ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ଡାକ୍ତର ମଳୟ କୁମାର ବେହେରା ଜନ୍ମ ୧୧ ଜାନୁଆରୀ ୧୯୫୨ ମସିହାରେ ହୋଇଥଲା।ରେଭେନ୍ସା କଲେଜରେ ପାଠ ପଢିବା ପରେ ସେ ଏସସିବି ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଲାଭ କରିଥିଲେ । ଜୀବନର ଅଧିକ ସମୟ ଡାକ୍ତର ଭାବରେ କଳାହାଣ୍ଡି ଜିଲ୍ଲାରେ ସେବା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ହୋଇ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ରେ ଅନେକ ପରିବର୍ତ୍ତନ ଆଣି ଅନେକ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଅତିରିକ୍ତ ନିର୍ଦ୍ଦେଶକ ଭାବରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବା ପରେ ସେ ଅବସର ଗ୍ରହଣ କରିଥିଲେ। ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳି ଯାଇଛି। ନିଜ ପୈତୃକ ଗ୍ରାମ ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡାଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ epa news

Leave a Reply

Your email address will not be published. Required fields are marked *