July 16, 2025
Home » ଭୁବନେଶ୍ୱର ରେ ‘ସମ୍ବିଧାନ ବଞ୍ଚାଅ’ ସମାବେଶ କୁ ସଫଳ କରିବାକୁ ପାରାଦୀପ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ରେ ‘ସମ୍ବିଧାନ ବଞ୍ଚାଅ’ ସମାବେଶ କୁ ସଫଳ କରିବାକୁ ପାରାଦୀପ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ

0
WhatsApp Image 2025-07-09 at 8.07.43 PM

ପାରାଦୀପ – ଭୁବନେଶ୍ୱର ର ବରମୁଣ୍ଡା ପଡିଆରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଜୁଲାଇ ୧୧ ତାରିଖ ଶୁକ୍ରବାର ଦିନ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ଲୋକସଭା ବିରୋଧୀ ଦଳ ତଥା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l
ତେବେ ଏହି ସମାବେଶ କୁ ସଫଳ କରିବା ପାଇଁ ପାରାଦୀପ ନଗର କଂଗ୍ରେସ୍ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ନଗର କଂଗ୍ରେସ ସଭାପତି କେଦାରନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୪.୦୦ ଘଟିକା ସମୟରେ ଅନୂଷ୍ଠିତ ହୋଇଯାଇଛି।। ଏହି ବୈଠକରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ୍ ସଭାପତି ନଟବର ବାରିକ୍ ଏବଂ ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ପ୍ରାର୍ଥୀ ନିରଞ୍ଜନ ନାୟକ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧରେ କଂଗ୍ରେସ ନେତା କେଦାର ଜେନା, କାଳନ୍ଦୀ ଦାସ, ସରୋଜ ପ୍ରଧାନ, ଚନ୍ଦ୍ରଶେଖର ମହାପାତ୍ର, ପଦ୍ମଶମ୍ଭୁତ ମହାନ୍ତି, ତ୍ରିନାଥ ମହାନ୍ତି, ବିନତି ପଢ଼ିଆରୀ, କୌଶିଲ୍ୟା ମହାନ୍ତି, ଖୁଲଣା ଜେନା,ଧରିତ୍ରୀ ସାମଲ, ପୁଷ୍ପା ଦାସ,ବାସୁକା ମଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *