ବୋଲବମ ଧ୍ଵନି ରେ ଲୋକନାଥ ମନ୍ଦିର ପ୍ରକମ୍ପିତ।

ପୁରୀ : ରାଜ୍ୟର ଅନ୍ୟତମ ମୁଖ୍ୟ ଶୈବପୀଠ ଶ୍ରୀଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ଶ୍ରାବଣ ମାସର ପ୍ରଥମ ସୋମବାର ବୋଲବମ ଭକ୍ତଙ୍କ ପାଇଁ ଚଳଚଂଚଳ ହୋଇ ଉଠିଛି।ଲୋକନାଥ ଦେବଙ୍କ ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ରାତି ୧୨.୩୦ରେ ମନ୍ଦିରର ଦ୍ୱାର ଖୋଲାଯିବା ପରେ ମଙ୍ଗଳ ଆଳତି ,ଅବକାଶ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୁଡ଼ିଆମାନେ ଜଳ ଆଣି ଲୋକନାଥ ଶୈବପୀଠ ରେ ପହଞ୍ଚି ଲୋକନାଥଙ୍କ ମସ୍ତକରେ ପାଣିଲାଗି କରିଥିଲେ।କାଉଡ଼ିଆ ମାନେ ଲମ୍ବା ଧାଡିରେ ବାରିକେଡ ଭିତରେ ଯାଇ ଶୃଙ୍ଖଳିତ ଭାବେ ଲୋକନାଥ ଦେବ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ପ୍ରଥମ ପାଳିରେ ହଜାର ହଜାର କାଉଡ଼ିଆ ମହାଦେବଙ୍କ ମସ୍ତକରେ ପାଣି ଲାଗି କରିଥିଲେ ।
ଲୋକନାଥ ଦେବଙ୍କ ମନ୍ଦିର ପରିସର ଚଳଚଂଚଳ ହୋଇ ଉଠିଥିଲା ।ବେଢା ବାହାରେ ,ଭୋଗ,ଫୁଲ,ବେଲପତ୍ର, ଦ୍ୱୀପ ଓ ନଡ଼ିଆ ଆଦିର ପସରା ମେଲି ଯାଇଥିଲା ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ବେଢା ଏବଂ ମନ୍ଦିର ପରିସର ମଧ୍ୟରେ ୧୧ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ,ଟ୍ରାଫିକ ବ୍ୟବସ୍ଥା ପାଇଁ ୩ଜଣ ଅତିରିକ୍ତ ଏସ୍ପି ଙ୍କୁ ଦାୟିତ୍ୱ ଦିଆଯାଇଛି
ଏହା ବ୍ୟତୀତ ୧୧ଜଣ ଭାରପ୍ରାପ୍ତ ଥାନା ଅଧିକାରୀ,୬୪ଜଣ ଏସଆଇ,୨୨ଜଣ ଏଏସଆଇ,୬୮ଜଣ ହାବିଲଦାର ଏବଂ୨୫୦ଜଣ ହୋମଗାର୍ଡ ଙ୍କୁ ନିୟୋଜିତ କରାଯିବା ସହ ଦମକଳ ବାହିନୀକୁ ମଧ୍ୟ ସଜାଗ ରଖାଯାଇଥିଲା।ଆଜି ସିଂହଦ୍ୱାର ଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ଶିବମୟ ହୋଇଯାଇଥିଲା।ସେହିପରି ସହର ମଧ୍ୟରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତ ମାନଙ୍କର ଗହଳି ଲାଗିରହିଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ