ଭାରତୀୟ ତଟ ରକ୍ଷକ ଦ୍ୱାରା ପାରାଦୀପ ଠାରେ ପ୍ରଦୂଷଣ ପ୍ରତିକ୍ରିୟା ସମ୍ମିଳନୀ/କାର୍ଯ୍ୟଶାଳା ଓ ଟେବୁଲ ଟପ୍ ଅଭ୍ୟାସ ର ଆୟୋଜନ
ଭାରତୀୟ ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ, ନମ୍ବର- ୭, ଓଡ଼ିଶା ଦ୍ୱାରା ଓଡ଼ିଶାର ସମସ୍ତ ହିତାଧିକାରୀ ସଂଗଠନ ଗୁଡିକ ପାଇଁ ୧୫ ଓ ୧୬ ଜୁଲାଇ ୨୫ ତାରିଖରେ ପାରାଦୀପ ଠାରେ ଦ୍ଵି ଦିବସୀୟ ପ୍ରଦୂଷଣ ପ୍ରତିକ୍ରିୟା କାର୍ଯ୍ୟଶାଳା ଓ ଟେବୁଲ ଟପ୍ ଅଭ୍ୟାସ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ପ୍ରାଧିକରଣ, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ବିପିସିଏଲ୍, ଏଚ୍ପିସିଏଲ୍, ଆଇଓସିଏଲ୍, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ଆପତ୍କାଳୀନ ପରିଚାଳନା ପ୍ରାଧିକରଣ ସହିତ ଅନ୍ୟାନ୍ୟ ସଂଗଠନ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଭାରତୀୟ ତଟ ରକ୍ଷକ ଦେଶରେ ସମୁଦ୍ର ତଟ ଉପରେ ଘଟୁଥିବା ତୈଲ ପ୍ରଦୂଷଣ ସହ ପ୍ରତିରୋଧ କାର୍ଯ୍ୟ ପାଇଁ ମୁଖ୍ୟ ନୋଡାଲ୍ ସଂଗଠନ ଭାବରେ କାର୍ଯ୍ୟ କରୁଛି। ଏହି କାର୍ଯ୍ୟଶାଳାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଏଜେନ୍ସିଙ୍କ ମଧ୍ୟରେ ସହଯୋଗ, ପ୍ରସ୍ତୁତି ଓ ସମନ୍ୱୟକୁ ଶକ୍ତିଶାଳୀ କରିବା, ଯାହା ଦ୍ୱାରା ଓଡ଼ିଶାର ସମୁଦ୍ର ତଟକୁ ପ୍ରଦୂଷଣରୁ ସୁରକ୍ଷା ଦିଆଯିବା।
ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଭାରତୀୟ ତଟ ରକ୍ଷକ ଓଡ଼ିଶାର ଜିଲ୍ଲା କମାଣ୍ଡର। ସେ ସମସ୍ତ ଏଜେନ୍ସିଙ୍କୁ ସ୍ବାଗତ ଓ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ ଯେ, ଏହି ପ୍ରକାର କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ହିତାଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ, ପ୍ରସ୍ତୁତି ଓ ପ୍ରତିକ୍ରିୟା କ୍ଷମତା ବୃଦ୍ଧି ପାଇବ। ଏହା ଭବିଷ୍ୟତରେ ସମୁଦ୍ର ତଟ ପ୍ରଦୂଷଣ କୁ ପ୍ରତିହତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ପୃକ୍ତ ବିଷୟରେ ପ୍ରସ୍ତୁତି କରଣ ଓ ଆଲୋଚନା କରାଯାଇଥିଲା। ଦ୍ୱିତୀୟ ଦିନ ଟେବୁଲ ଟପ୍ ଅଭ୍ୟାସ ପରେ ପ୍ରାକ୍ଟିକାଲ୍ ପ୍ରଦୂଷଣ ପ୍ରତିକ୍ରିୟା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା, ଯାହା ଭାରତୀୟ ତଟ ରକ୍ଷକ ଜାହାଜ ‘ବିଜୟା’ ଓ ପାରାଦୀପ ବନ୍ଦର ପ୍ରାଧିକରଣ ର ଜାହାଜ ‘ଓସେନ ଏଲିଗାନସ’ ରେ କରାଯାଇଥିଲା।
ଏହି ପ୍ରକାର କାର୍ଯ୍ୟକ୍ରମ ରାଜ୍ୟର ସମୁଦ୍ର ତଟକୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ଓ ସମନ୍ୱିତ ପ୍ରତିକ୍ରିୟା କ୍ଷମତାକୁ ବୃଦ୍ଧି କରିବାରେ ଏକ ଦୃଢ ପଦକ୍ଷେପ ଭାବରେ ଦୃଷ୍ଟିଗୋଚର ହୋଇଛି।
