ବୀରମହାରାଜପୁର ଉପକାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକାରାଗାରରେ ଏକ ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ବୈଜ୍ଞାନିକ ଉପାୟରେ କିପରି ମନକୁ ପରିବର୍ତ୍ତନ କରି ଜଣେ ବ୍ୟକ୍ତିତ୍ବର ବିକାଶ କରି ପାରିବ ସେ ସଂପର୍କରେ ଅନ୍ତରୀଣ ଅନ୍ତେବାସୀମାନଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା I କାରାଗାରରେ ଥିବା ବନ୍ଦୀମାନେ ମୁକ୍ତ ହେଲାପରେ କିପରି ଏକ ସୁସ୍ଥ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ଜିଇଁବାକୁ ସକ୍ଷମ ହେବେ ସେଥିପାଇଁ ସେମାନଙ୍କୁ ଯୋଗ ମାଧ୍ୟମରେ ଜ୍ଞାନ ବିଜ୍ଞାନର ପଥ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା I ଏହି ଶିବିରରେ ମୋଟ 34ଜଣ ଶିବିରାର୍ଥୀ ଯୋଗ ଦେଇଥିଲେ I ମାର୍ଗ ଦର୍ଶନ କରିଥିଲେ ପତଂଜଳି ଯୋଗପୀଠ ହରିଦ୍ବାରର ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁ ଏବଂ ଏଥିରେ ଅଧ୍ୟକ୍ଷତା କରିଥିଲେ କାରାପାଳ କାଳିନ୍ଦୀ ଚରଣ ନାୟକ I ଶିବିର ପରିଚାଳନାରେ ସହଯୋଗ କରିଥିଲେ ସହକାରୀ କାରାପାଳ ତପନ କୁମାର ପଧାନ, ମୁଖ୍ୟ କାରାରକ୍ଷୀ ପ୍ରକାଶ ଖମାରୀ, କାରାରକ୍ଷୀ ତାପସ ରଂଜନ ମିଶ୍ର, ଦିବ୍ୟ କୁମାର ଏବଂ ଗୌରବ କୁମାର ପ୍ରମୁଖ I ଶେଷରେ ତପନ କୁମାର ପଧାନ ଧନ୍ୟବାଦ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..