July 27, 2025
Home » ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଳିଙ୍ଗ ଓମେନ୍ସ ପାୱାର ର ଦାବୀ

ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଳିଙ୍ଗ ଓମେନ୍ସ ପାୱାର ର ଦାବୀ

0
WhatsApp Image 2025-07-21 at 12.57.48 AM (1)

ପାରାଦୀପ – ବାଲେଶ୍ୱର ଜିଲ୍ଲାର ଫକୀରମୋହନ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ସୋମ୍ୟାଶ୍ରୀ ବିଶି ଙ୍କ ହୃଦୟବିଦାରକ ଆତ୍ମାହୁତି ଓ ମୃତ୍ୟୁ ପାଇଁ ସାରା ଓଡିଶା ମର୍ମାହତ l ତେବେ ଏହି ଘଟଣା କୁ ବିରୋଧ କରି ପାରାଦୀପ ର ଅଗ୍ରଣୀ ମହିଳା ସଂଗଠନ କଳିଙ୍ଗ ଓମେନ୍ସ ପାୱାର ସଭାନେତ୍ରୀ ସୁଶ୍ରୀ ମନୋରମା ଖଟୁଆ ଙ୍କ ନେତୃତ୍ୱରେ ଗତ ଶୁକ୍ରବାର ସନ୍ଧ୍ୟାରେ ଲେଙ୍କା ଛକ ଠାରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ବାହାରି ପାରାଦୀପ ଆଦର୍ଶ ଥାନା ନିକଟରେ ପହଞ୍ଚିଥିଲା l ସେଠାରେ ଆୟୋଜିତ ସଭାରେ ସଂଗଠନ ର ସଭାନେତ୍ରୀ ସୁଶ୍ରୀ ଖଟୁଆ ଏହି ମୃତ୍ୟୁ ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତ ମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଦସ୍ୟା କମଳା ଓଝା, ବିଜୟା ଲକ୍ଷ୍ମୀ ଦାସ, ଜ୍ୟୋସ୍ନା ବାହାଦୁର, ସରୋଜିନୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ପାଲ, ବାସନ୍ତୀ ବିନ୍ଧାଣି, ପ୍ରମିଳା ଗୋଛାୟତ, କଲ୍ୟାଣୀ ସ୍ୱାଇଁ, ଉର୍ମିଳା ସାହୁ, ଉପଦେଷ୍ଟା ସଦସ୍ୟ ରବୀନ୍ଦ୍ର ମଲି ଓ ଗଦାଧର ମହାନ୍ତି ଙ୍କ ସମେତ ସଂଖ୍ୟାଧିକ ସଦସ୍ୟା ଯୋଗ ଦେଇଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *