February 10, 2026
Home » ମିଡ଼ିଆ ଏଡ଼ ପୋଷ୍ଟ ର କବାଟ ତାଡ଼ି ଚୋରି ଉଦ୍ୟମ

ମିଡ଼ିଆ ଏଡ଼ ପୋଷ୍ଟ ର କବାଟ ତାଡ଼ି ଚୋରି ଉଦ୍ୟମ

0
WhatsApp Image 2025-07-24 at 4.49.03 PM

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳ ଟି ସହର ର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ।ପ୍ରତ୍ୟହ ଏଠାରେ ଛୋଟବଡ ଗଣ୍ଡଗୋଳ ଠୁ ଆରମ୍ଭ କରି ଚୋରି, ମୋବାଇଲ ଫୋନ ଚୋରି, ପିଲା ଚୋରି ଭଳି ଅପରାଧ ମାନ ଘଟୁଥିବା ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ ହେଉଥିଲେ ମଧ୍ୟ ଫାଣ୍ଡି ଦାୟିତ୍ୱ ରେ ଥିବା କର୍ମଚାରୀ ସେଥିପ୍ରତି ଗୁରୁତ୍ୱ ନଦେବାରୁ ବିଭିନ୍ନ ପ୍ରକାର ଅପରାଧ ବୃଦ୍ଧି ପାଉଥିବା ଦୃଷ୍ଟି ଗୋଚର ହେଉଥିବା ଲକ୍ଷ କରା ଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ପୋଲିସ ଫାଣ୍ଡି ରେ ନିୟୋଜିତ ଥିବା ଜଣେ ଗୃହରକ୍ଷୀ ଓ ଜଣେ OAPF ସିପାହୀ ଙ୍କ ପରୋକ୍ଷ ପୃଷ୍ଠପୋଷକ ତାରେ ସେଠାରେ ମଦ, ଗଞ୍ଜେଇ, ବ୍ରାଉନ ସୁଗର ର ଅବାଧ କରବାର ହେଉଥିବା ଅଭିଯୋଗ ହେଉଛି। ସଞ୍ଜ ଗଡ଼ିଲେ ଷ୍ଟେସନ ଓ “ଆମ ବସ” ଟାର୍ମୀନାଲ ଟି ସଂପୂଣ୍ଣ ଭାବେ ଅସାମାଜିକ ତତ୍ତ୍ୱ ଙ୍କ କବ୍ଜା କୁ ଚାଲି ଯାଉଛି ଯାହାକୁ ଦେଖି ଜାଣି ମଧ୍ୟ ସ୍ଥାନୀୟ ଫାଣ୍ଡି କର୍ମଚାରୀ ମାନେ ଅଣଦେଖା କରୁ ଥିବା କଥା ନିଜ ନାମକୁ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରି ଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ସ୍ଥାନୀୟ “ଆମ ବସ” ଟର୍ମୀନାଲ ମୁଖ୍ୟ ଫାଟକ ପାର୍ଶ୍ୱରେ ସ୍ଥାନୀୟ ଲୋକ ଓ ରେଳ/ବସ ଯାତ୍ରୀମାନଙ୍କୁ ଅସୁବିଧା ସମୟରେ ସାହାଯ୍ୟ ଓ ସହଯୋଗ ଉଦେଶ୍ୟରେ କେତେକ ବରିଷ୍ଠ ସାମ୍ବାଦିକଙ୍କ ଉଦ୍ୟମ ରେ ଏକ “ଗଣମାଧ୍ୟମ ସହାୟତା କେନ୍ଦ୍ର” (MEDIA AID POST) କାର୍ଯ୍ୟ କରୁଛି। ଗତକାଲି ରାତିରେ କେହି ଦୃବୃତ୍ତ କାର୍ଯ୍ୟାଳୟ ର କବାଟ ତାଡ଼ି ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣା ପଡିଛି। ତେଣୁ ସେହି ଅଞ୍ଚଳ ରେ ଚବିଶି ଘଣ୍ଟା ପୋଲିସ ପାଟ୍ରୋଲିଙ୍ଗ ବଢାଇବା ସହ ସ୍ଥାନୀୟ ଫାଣ୍ଡି ଦାଇତ୍ୱ ରେ ଥିବା କର୍ମଚାରୀ ମାନଙ୍କୁ ନିଜର କର୍ତ୍ତବ୍ୟ କୁ ସୁଚାରୁରୂପେ ପରିଚାଳନା କରିବାକୁ ନିର୍ଦ୍ଧେଶ ଦେବାକୁ ଆରକ୍ଷୀ ଉଚ୍ଚ କର୍ତ୍ତୃପକ୍ଷ କୁ ନିବେଦନ କରା ଯାଇଛି।

Leave a Reply

Your email address will not be published. Required fields are marked *