ଗଂଜେଇ ସହ କାର ଜବତ. ଚାଳକ ଫେରାର

ସୁବର୍ଣ୍ଣପୁର– ବର୍ତ୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର -ଆଠମଲିକ ମହାନଦୀ ସେତୁ ସାଜିଛି ଗଞ୍ଜେଇ ମାଫିଆ ଙ୍କ ନିରାପଦ ରାସ୍ତା l କେତେବେଳେ ବୌଦ୍ଧ ରୁ ଗଞ୍ଜେଇ ରପ୍ତାନୀ ହେଉଥିବା ବେଳେ କେତେବେଳେ ଅନୁଗୋଳ ରୁ ଉକ୍ତ ସେତୁ ଦେଇ ଅନ୍ୟତ୍ର ହେଉଛି ଚାଲାଣ l କିନ୍ତୁ ପୋଲିସ କି ଅବକାରୀ ବିଭାଗ ମାଫିଆ ଙ୍କୁ ଧରି ପାରୁନି କି ମାଫିଆ ଙ୍କ ଚାଲ କାର୍ଯ୍ୟ କୁ ଜାଣି ପାରୁନଥିବା ନେଇ ବିଭାଗ ର ସ୍ୱଛତା କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠୁଛି l ସେପଟେ ମହାନଦୀ ସେତୁ ଉପରେ ଆଲୋକିକରଣ ନଥିବାରୁ ଅସାମାଜିକ ଲୋକଙ୍କ ପାଦୁର୍ଭାବ ବଢ଼ୁଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ l ଏହି ସେତୁ ରାସ୍ତା ଦେଇ ମାଫିଆ ମାନେ ଦୈନିକ ପୋଲିସ ଆଖିରେ ଧୂଳି ଝିଟି ପୋଲିସ କୁ ଚକମା ଦେଖାଇ କାରବାର କରୁଥିବା ବେଳେ ଗତ ଗୁରୁବାର କିନ୍ତୁ ଯୋଜନା ଫେଲ ମାରିଥିବା ଭଳି ଏକ ଚିତ୍ର ସାମ୍ନା କୁ ଆସିଛି l କୌଣସି ବିଶେଷ ସୂତ୍ରରୁ ଖବର ପାଇ ( OD -14Y 4740 ) ନାମକ ଏକ ସୁଇଫ୍ଟ ଡିଜାର କାର କୁ ପିଛା କରିଥିଲା ଅନୁଗୋଳ ଜିଲ୍ଲା ଆଠମଲିକ ଅବକାରୀ ଟିମ l ଏପଟେ କାର ଚାଳକ ଜାଣି ପାରି ଗାଡି କୁ ଦ୍ରୁତ ଗତିରେ ଆଣି ସେତୁ ଅପରପାର୍ଶ୍ଵ ନିକଟସ୍ତ ସାକୁସିଙ୍ଗା ଗ୍ରାମ ମୁଣ୍ଡ ରେ ଚାଳକ ଗାଡି ଛାଡି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା l ଏପଟେ ଘଟଣା ଟି ହରଭଙ୍ଗା ଥାନା ଅଞ୍ଚଳ ରେ ଗଞ୍ଜେଇ କାର ଜବଦ ହୋଇଥିବାରୁ ହରଭଙ୍ଗା ଅବକାରୀ ଟିମ ଖବର ପାଇ ଘଟଣା ସ୍ଥଳ ରେ ପହଂଚି କାର ଜବଦ କରିଥିବା ଜଣାପଡିଛି l ଘଟଣା ସମ୍ପର୍କ ରେ ହରଭଙ୍ଗା ଅବକାରୀ ସବଇନ୍ସପେକ୍ଟର ରବୀନ୍ଦ୍ର ନାଥ ଘଟଣା ସ୍ଥଳ ରେ ପହଁଚି କାର ଜବତ କରାଯାଇଛି, ଚାଳକ ଫେରାର ଥିବା ବେଳେ କାର ଲକ ଥିବାରୁ କେତେ ପରିମାଣ ରେ ଗଞ୍ଜେଇ ଭର୍ତ୍ତି ଅଛି ଜାଣି ହେଉନାହିଁ ବୋଲି କହିଥିଲେ l ସେପଟେ ଉକ୍ତ ସେତୁ ଦେଇ ଦୈନିକ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କଡାକଡ଼ି ଯାଞ୍ଚ କଲେ ଅନେକ ମାଫିଆ ଜାଲ ରେ ପଡିବା ସୁନିଶ୍ଚିତ ବୋଲି ସାଧାରଣ ରେ ଏକ ପ୍ରକାର ମତ ପ୍ରକାଶ ପାଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..