ବିନିକା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ରେ ଆଣ୍ଠୁଏ ପାଣି l

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପ ନିବନ୍ଧକ କାର୍ଯ୍ୟାଳୟ ପରିସରରେ ବର୍ଷା ଯୋଗୁଁ ଆଣ୍ଠୁଏ ପାଣି ଜମି ରହିଛି । ଏହି କାର୍ଯ୍ୟାଳୟ ନିକଟରେ ରାଜସ୍ବ କର୍ମଚାରୀ ମାନଙ୍କ ସରକାରୀ କ୍ୱାର୍ଟର ଅର୍ଥାତ କଲୋନୀ ରହିଛି । ଡ୍ରେନେଜ ବ୍ୟବସ୍ଥା ଆଦୌ ନ ଥିବାରୁ ବର୍ଷାପାଣି ରେ କାର୍ଯ୍ୟାଳୟ ପରିସର ପୋଖରୀ ସଦୃଶ୍ୟ ଦେଖାଯାଉଛି |ରାଜସ୍ବ କର୍ମଚାରୀ ଓ କାର୍ଯ୍ୟାଳୟ କୁ କାମପାଇଁ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ରେ ପ୍ରତିବର୍ଷ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏନଏସି ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କିଛି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ଯୁଦ୍ଧକାଳୀନ ଭିର୍ତ୍ତିରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜନ ସାଧାରଣ ରେ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..