December 3, 2025
Home » ତରଭା ପ୍ରମେୟ ପ୍ରତିନିଧି ରାଜ କୁମାର ମାହାଣା ଙ୍କ ମୃତ୍ୟୁ

ତରଭା ପ୍ରମେୟ ପ୍ରତିନିଧି ରାଜ କୁମାର ମାହାଣା ଙ୍କ ମୃତ୍ୟୁ

0
WhatsApp Image 2025-07-26 at 1.55.07 PM

ସୁବର୍ଣ୍ଣପୁର: ମୃତ୍ୟୁ ଏମିତି ବି ଆସେ l କିଏ ଜାଣିଛି ମୃତ୍ୟୁ କେତେବେଳେ ଆସିବ ଓ କାହା ଜୀବନ ରେ ଘଟିବ l କିଛି ମାସ ଆଗରୁ ମେଡିକାଲ ରୁ ସୁସ୍ଥ ହୋଇ ଘରେ ଥିଲେ ସାମ୍ବାଦିକ ରାଜ କୁମାର ମାହାଣା l ସବୁ ଦିନ ପରି ସେ ଖବର କାଗଜ ପେକେଟ ସଂଗ୍ରହ ପାଇଁ ବଇରାସର ବସ ଷ୍ଟାଣ୍ଡ କୁ ଆସିଥିଲେ l କିଏ ଜାଣିଥିଲା ଯମ ଏଠାରେ ଛକି ରହିଥିଲା l ଏକ ଅଜଣା ଗାଡି ଧକ୍କା ରେ ଜୀବନ ଚାଲିଗଲା l ଆଜି ସକାଳ ଭୋର ୫.୩୦ ମି.ରେ ଖବର କାଗଜ ବିତରଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ର ବରିଷ୍ଠ ସାମ୍ବାଦିକ (ପ୍ରମେୟ ପ୍ରତିନିଧି ) ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬ ) ଙ୍କ ବଲାଙ୍ଗୀର ମେଡିକାଲ ରେ ମୃତ୍ୟୁ ଘଟିଛି l ଯିଏ କି ବିଗତ ତିନି ମାସ ପୂର୍ବରୁ ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘ ସମୟ ଚିକିତ୍ସିତ ହୋଇ ଜୀବନ ସହ ବହୁ ସଂଘର୍ଷ କରି ସୁସ୍ଥ ହେବା ପରେ ପୁଣି ଏକ ନୂଆଁ ଜୀବନ ଆରମ୍ଭ କରିଥିଲେ l ସେତେବେଳେ ସଂଘ ର କର୍ମକର୍ତ୍ତା ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ତାଙ୍କ ବଇରାସର ଘର କୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *