ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଗୋଷ୍ଠୀ ଭିତ୍ତକ ଥଇଥାନ ଏବଂ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ସୁବର୍ଣ୍ଣପୁର—- ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଗୋଷ୍ଠୀ ଭିତ୍ତିକ ଥଇଥାନ ଏବଂ ସାମଗ୍ରିକ ବିକାଶ ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋନପୁର ଧୁବାମୁଣ୍ଡ, ସ୍ଥିତ ରେଆର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରବୀଣ ବର୍ମା CEO,TPWODL ବୁର୍ଲା ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀ ଗୁର୍ ବୁକ୍ଷ ଚାନ୍ଦ ଜଗୋତ CRC ନିର୍ଦ୍ଦେଶକ ବଲାଙ୍ଗୀର, ରମେଶ ଚନ୍ଦ୍ର ସ୍ବାଇଁ ADPHO ସୋନପୁର, ଅରୁଣା ମାରାଣ୍ଡି CSR ମୁଖ୍ୟ TPWODL, ଅନୁପମା ପଣ୍ଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୋନପୁର, ଆଶିଷ କୁମାର ପଣ୍ଡା ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବଲାଙ୍ଗୀର, ଆଲୋକ ମିଶ୍ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ TPWODL, ସଂଯୁକ୍ତା କୁମାରୀ ସାହୁ ଜିଲ୍ଲା ନିୟୋଜନ ଅଧିକାରୀ ସୁବର୍ଣ୍ଣପୁର, ଅଞ୍ଜୁଲତା ମିଶ୍ର SSSO ସୋନପୁର ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ରେଆର ଅନୁଷ୍ଠାନର ପ୍ରତିଷ୍ଠାତା ଗୌରିଶ୍ୟାମ ପଣ୍ଡା ଅନୁଷ୍ଠାନ ର ଆଭିମୂଖ୍ୟ ବିଷୟରେ ବର୍ଣ୍ଣନା କରିବା ସହିତ ଭିନ୍ନକ୍ଷମ ମାନଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ । ରେଆର ଅନୁଷ୍ଠାନ ର ସାଧାରଣ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଗୋଷ୍ଠୀ ଭିତ୍ତିକ ଥଇଥାନ ଏବଂ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ୧୩ ଟି ଗ୍ରାମପଞ୍ଚାୟତ ର ୪୯ ଟି ଗ୍ରାମ ରେ ଚାଲୁ ରହିଥିବାର ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଭିନ୍ନକ୍ଷମ ଓ ଅଭିଭାବକ ମାନେ ନିଜ ନିଜର ମନ୍ତବ୍ୟ ରଖି ଥିଲେ।
ଶେଷ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଙ୍କ ସମେତ ସମସ୍ତ ଅତିଥି, ଅଭିଭାବକ ମାନେ ଦିଶା ଓ ବିକାଶ ପୁନଃ ଥଇଥାନ କେନ୍ଦ୍ର ପରିଭ୍ରମଣ କରିଥିଲେ । CRC ବଲାଙ୍ଗୀରଙ୍କ ଦ୍ଵାରା ୩ ଜଣ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ Wheel Chair ବିତରଣ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ମନଗଡୁ ଯୁଆଡି ଧନ୍ୟବାଦ୍ ଅର୍ପଣ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..