August 27, 2025
Home » ରବିଚନ୍ଦ୍ର ପଶାୟତ ପାଇଲେ ଗୁଡ ସମରିଟାନ ଆୱାର୍ଡ

ରବିଚନ୍ଦ୍ର ପଶାୟତ ପାଇଲେ ଗୁଡ ସମରିଟାନ ଆୱାର୍ଡ

0
WhatsApp Image 2025-07-31 at 4.22.39 PM

ସୁବର୍ଣ୍ଣପୁର– ରାସ୍ତା ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ତରଫରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ବୈଠକ ରେ ସମୀକ୍ଷା ବୈଠକ ହୋଇ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ଓ ପରବର୍ତ୍ତୀ ସମୟର ଡ଼ାକ୍ତରୀ ଚିକିତ୍ସା ଯୋଗାଇ ସେହି ଆହତ ବ୍ୟକ୍ତି ଙ୍କ ଜୀବନ ବଞ୍ଚାଇ ପାରିଥିବାରୁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ତଥା ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ଡ. ରବିଚନ୍ଦ୍ର ପଶାୟତ ଙ୍କୁ ଏହି ଗୌରବମୟ ଗୁଡ ସମରିଟାନ୍ ଆୱାର୍ଡ଼ ର ସାର୍ଟିଫିକେଟ ଓ ୨୦୦୦ ଟଙ୍କା ର ଚେକ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଓ ସମ୍ମାନିତ ଅତିଥି ବୃନ୍ଦ ପ୍ରଦାନ କରିଛନ୍ତି। ଡ. ପଶାୟତ ଙ୍କ ଏହି ଉପଲବ୍ଧି ଓ ସମ୍ମାନ ପ୍ରାପ୍ତି ଯୋଗୁଁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷକ ଓ ସ୍ୱେଚ୍ଛାସେବୀ ବୃନ୍ଦ ପ୍ରଶଂସା କରୁଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *